Pratidin TV

Odisha's Digital News Platform

ଗାଁକୁ ନାହିଁ ରାସ୍ତା ; ଆଣ୍ଟୁଏ ପାଣିରେ ଶବକୁ ଶଶ୍ମାନ ନେଲେ ପରିବାର ….

1 min read

କୋରାପୁଟ : ଆଣ୍ଟୁଏ ପାଣିରେ ବୁହାହେଲା ଶବ । ଭାରତ ସ୍ଵାଧିନତା ହେବାର ୭୬ ବର୍ଷ ପରେ ମଧ୍ୟ ଆଜିବି ଜୟପୁର ସହରର ବିକାଶ ବହୁତ ପଛରେ ନା ଅଛି ରାସ୍ତା ନା ଅଛି କୌଣସି ସୁବିଧା ! ଦକ୍ଷିଣ ଓଡିଶାର ଦ୍ଵିତୀୟ ବଡ଼ ସହର କୁହାଯାଉଥିବା ଜୟପୁର ସହରରୁ କେବଳ ମାତ୍ର ୪୦୦ ମିଟର ଦୁରରେ ଥିବା ଟାଙ୍କୁଆ ପଂଚାୟତର ହାତୀଶାଳ କଲୋନୀର ସାହିବାସିନ୍ଦା ରାସ୍ତା ନ ଥିବାରୁ ପାଠ ପଡୁଥିବା ଛାତ୍ର ଛାତ୍ରୀମାନେ ବର୍ଷାଦିନେ ଆଣ୍ଠୁଏ ପାଣିରେ ଚାଲି ସ୍କୁଲକୁ ଯିବା ସହ ମେଡିକାଲ ଯିବା ବା ନିତ୍ୟ ସାମଗ୍ରୀ ପାଇଁ ଜୟପୁର ସହରକୁ ଏହି ରାସ୍ତା ଦେଇ ଯାଉଛନ୍ତି ।

ଗତକାଲି ରାତିରେ ରବି ଖରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଇଥିଲା ଆଜି ଶବଙ୍କୁ ମଶାଣୀ ନେବା ପାଇଁ ରାସ୍ତା ନଥିବାରୁ ଆଣ୍ଠୁଏ ପାଣି ଭିତରେ ଶବ ଧରି ସାହିଲୋକେ ମଶାଣି ଙ୍କୁ ଶବ ନେଇଥିଲେ।

Advertisement

ସୂଚନା ଅନୁଯାୟୀ ଅପରକୋଲାବ ଡ୍ୟାମ ତିଆରି ସମୟରେ କର୍ମଚାରୀ ରହିବା ପାଇଁ ଏହି ଅଂଚଳରେ ଏକ ବସ୍ତି ଗଢିଉଠିଥିଲା। ସମୟକ୍ରମେ କାମ ସରିବା ପରେ କର୍ମଚାରୀ ଚାଲିଗଲେ ହେଲେ ସେଠାରେ ରହିଗଲା ଗାଁ । ଲୋକଙ୍କ ବସବାସ ବଢ଼ିଲା ହେଲେ ଗାଁକୁ ଏପର‌୍ୟ୍ୟନ୍ତ ରାସ୍ତଟିଏ ନଥିବାରୁ ବର୍ଷାଦିନେ ଏଭଳି ହିନସ୍ତା ଭୋଗୁଛନ୍ତି ଲୋକେ ।ବର୍ଷା ଦିନେ ପାହାଡର ପାଣି ଗାଁରେ ପଶି ରାସ୍ତାଘାଟରେ ପାଣି ଜମି ରହୁଛି । କୋଲାବ ଡ୍ୟାମର କଲଭର୍ଟ ହିଁ ପାଲଟିଛି ସମସ୍ତଙ୍କ ଯାତାୟତର ପଥ ।

Leave a Reply

Your email address will not be published. Required fields are marked *