Pratidin TV

Odisha's Digital News Platform

୫୭ ବର୍ଷ ବୟସରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଅତୁଲ ପାରଚୁରେ

1 min read

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତକାଲି ରାତିରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟାଚି ପିଲ୍ଲେରେ ଆୟୋଜିତ ଗୋଟିଏ ଷ୍ଟେଜ ଶୋ’ରେ ଅତୁଲ ଗତକାଲି ସାମିଲ ହୋଇଥିଲେ। କିନ୍ତୁ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ସେଠାରେ ତାଙ୍କର ଦେହାନ୍ତ ହୋଇଛି।

ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅତୁଲ ଜଣେ ଦକ୍ଷ ଅଭିନେତା ଥିଲେ, ଯିଏ ଗତ ଏକ ବର୍ଷ ଧରି କ୍ୟାନସର୍‌ ସହ ଲଢୁଥିଲେ। ତାଙ୍କ ଦେହାନ୍ତ ହେତୁ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି।

Advertisement

ଅତୁଲ ପାରଚୁରେ ନିଜ ମା’, ପତ୍ନୀ ଓ ଝିଅ ସହ ମୁମ୍ବାଇରେ ରହୁଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅତୁଲଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଅଭିନେତା ଉଭୟ ଟେଲିଭିଜନରେ ଏବଂ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ‘ଆର.କେ ଲକ୍ଷ୍ମଣ କି ଦୁନିୟା’, ‘ଜାଗୋ ମୋହନ ପ୍ୟାରେ’, ‘ୟମ ହେଁ ହମ’, ‘ବଡି ଦୁର୍‌ ସେ ଆଏ ହେଁ’, ‘କପିଲ ଶର୍ମା ଶୋ’ ଏବଂ ଅନେକ ମରାଠୀ ସିରିଏଲ ଏବଂ ଲୋକପ୍ରିୟ କମେଡି ଶୋ’ରେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ।

Leave a Reply

Your email address will not be published. Required fields are marked *