Pratidin TV

Odisha's Digital News Platform

କ୍ୟାନ୍ସସରରେ ଆଖିବୁଜିଲେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି , ଘଟାଇଥିଲେ ଏପରି ଜଘନ୍ୟ ଅପରାଧ ।

1 min read

ଶେଷରେ ଆଖିବୁଜିଲେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ୱର ଏମ୍ସରେ କ୍ୟାନ୍ସର ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି।

ତେବେ ବିତ୍ତିହୋତ୍ର ମହାନ୍ତି ହେଉଛନ୍ତି ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ । ସେ ଦୀର୍ଘ ଦିନ ହେବ ଷ୍ଟୋମାକ୍ କ୍ୟାନସର୍ରେ ପୀଡ଼ିତ ଥିଲେ। ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

Advertisement

ଘଟାଇଥିଲେ ଏପରି ଜଘନ୍ୟ କାଣ୍ଡ -୨୦୦୬ ମସିହାରେ ନ୍ୟୁଜ୍‌ପେପରର ଫ୍ରଣ୍ଟ ଲାଇନ୍‌ରେ ଥିଲେ ବିତ୍ତିହୋତ୍ର । ଜର୍ମାନର ସହପାଠୀ ଯୁବତୀଙ୍କ ସହ କୁକର୍ମ କରିଥିବା ଅଭିଯୋଗ ଆସିଥିଲା । ଜର୍ମାନର ମହିଳା ସାଙ୍ଗ ସହ ରାଜସ୍ଥାନ ଅଲୱାରକୁ ବୁଲିବାକୁ ବୁଲିବାକୁ ଯାଇ ଥିବା ବେଳେ କୁକର୍ମ ଅଭିଯୋଗ ହୋଥିଲା । ଘଟଣାକୁ ନେଇ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୁଲିସ ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ। ଜେଲ୍ରେ ଥିବା ବେଳେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସେ ଆଉ ଜେଲ୍କୁ ନ ଫେରି କୁଆଡେ ଫେରାର ହୋଇଯାଇଥିଲେ । କିନ୍ତୁ ୨୦୧୩ ମସିହାରେ ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ର। ଏହାପରେ ପୁଣି ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଥିଲା ଆଉ ଜେଲରେ ଥିବା ସମୟରେ ହିଁ ତାଙ୍କୁ କ୍ୟାନ୍ସର ହୋଥିବା କଥା ସାମ୍ନାକୁ ଆସିଥିଲା । ଏହାପରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ଥିବା ବେଳେ ଗତ ରାତିରେ ସେ ଆଖି ବୁଜିଛନ୍ତି ବିତ୍ତିହୋତ୍ର । ତେବେ ଖାଲି ଓପିଶା ନୁହଁ ବରଂ ପୁରା ଦେଶରେ ଏବେ ବିତ୍ତିହୋତ୍ରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *