Pratidin TV

Odisha's Digital News Platform

ଚର୍ଚ୍ଚାରେ ‘ହକି ବୟ’: ବିଶ୍ୱକପ୍ ପାଇଁ ସ୍ୱତନ୍ତ୍ର ହେୟାର କଟିଙ୍ଗ୍ ..

କଟକ : ୨୦୨୩ ଜାନୁଆରୀ ୧୩ ରେ ହେବାକୁ ଥିବା ହକି ବିଶ୍ୱ କପ୍ ପାଇଁ ରାଜ୍ୟରେ ଚାଲିଛି ଜୋର ସୋର ଆୟୋଜନ । ସହରର ବିଭିନ୍ନସ୍ଥାନରେ ସଭା ସୁତୁରା ସହ ମୁନିସିପାଲିଟି ରଖୁଛି ସ୍ୱତନ୍ତ୍ର ଧ୍ୟାନ । ତେବେ ଫିଫା ୨୦୨୩ ହକି ୱାଲର୍ଡକପ୍ ପାଇଁ ଭୁବନେଶ୍ୱର ଏବଂ ରାଉଲକେଲା ଷ୍ଟାଡିୟମ୍ ସଜା ଚାଲିଥିବା ବେଳେ ରାଜ୍ୟରୁ ଭିନ୍ନ ଭିନ୍ନ ସ୍ଥାନରେ ହକି ପ୍ରେମୀମାନଙ୍କୁ କଳାକୃତି ଚର୍ଚ୍ଚାର ବିଷୟ ପାଲଟିଛି । କେହି ବିଶ୍ୱକପ୍ ପାଇଁ ୧୨ କେଜିର ହକିଷ୍ଟିକ୍ ତିଆରି କରି ରେକର୍ଡ କଲାଣି ତ କିଏ ମୁରୁଜରେ ହକି ସହ ବିଶ୍ୱକପ୍‌ର ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଲାଣି ।

କିନ୍ତୁ ନିକଟରେ ଆମ ପ୍ରତିଦିନ ଟିଭିର କଟକର ପ୍ରତିନିଧିଙ୍କ ନଜର ପଡିଥିଲା କଟକ ଛତ୍ର ବଜାରରେ ସାଇକେଲ ଧରି ବୁଲିଥିବା ଏକ ଛୋଟ ବାଳକ ଉପରେ । ଯିଏକି ନିଜ ହେୟାର କର୍ଟିଙ୍ଗ ପାଇଁ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଏତିକି ଛୋଟିଆ ବୟସରେ ଆମ ଦେଶର ଜାତୀୟ ଖେଳପାଇଁ ତା ମନରେ ଭରିରହିଛି ଅସୁମାରୀ ପ୍ରେମ । ଯାହାକୁ ପ୍ରକାଶ କରିବା ପାଇଁ ସେ ନିଜ ଚୁଟିକୁ କରିଦେଇଚି ସର୍ମପିତ । ନିଜ ମୁଣ୍ଡର ଚୁଟିରେ ସେ ଏଭଳି କଟିଙ୍ଗ୍ କରିଛି । ଯାହାକୁ ଦେଖି ଲୋକମାନେ ଚକିତ ହେଇଯାଉଛନ୍ତି ।

ଆଜ୍ଞା ହଁ ଦେଖନ୍ତୁ କିଭଳି ଭାବେ ପିଲାଟି ନିଜ ମୁଣ୍ଡରେ ହକି ବିଶ୍ୱ କପ୍‌ର ଟ୍ରଫି ସହ ଲୋଗୋ ଇତ୍ୟାଦି କଟାଯାଇ ଦର୍ଶାଇଛି ତା ମୁଣ୍ଡରେ । ମନରେ ନାହିଁ ଟିକିଏ ଡର କାଳେ ତାର ଏପରି ହେୟାର କଟିଙ୍ଗ୍ ଯୋଗୁ ଘରେ କିଛି କହିବେ , କିମ୍ବା ସ୍କୁଲରେ ତାକୁ ପରିହାସ କରାଯିବ ବା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ତାକୁ ଶ୍ରେଣୀ ଗୃହରେ ପ୍ରବେଶ କରାଇବାକୁ ଦେଇନପାରନ୍ତି । ଏସବୁକୁ ଖାତିର ନକରି ଖେଳପ୍ରେମ ପାଇଁ କାଟିଦେଇଚି ନିଜ ଚୁଟିକୁ । ତାର ଏଭଳି ନିର୍ଭୟ କାମ ପାଇଁ ଏବଂ ହକି ପ୍ରତି ନିବିଡ ପ୍ରେମ ପାଇଁ ତାକୁ ବର୍ତ୍ତମାନ ‘ହକି ବୟ’ ର ପରିଚୟ ମିଳିଛି ।

Leave a Reply

Your email address will not be published. Required fields are marked *