Pratidin TV

Odisha's Digital News Platform

ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର : ଅର୍ଚ୍ଚନାଙ୍କ ନ୍ୟୁଡ୍ ଭିଡିଓ ପଛରେ ସମ୍ପକୀୟ ଭାଇ

1 min read

ଭୁବନେଶ୍ୱର : ଧିରେ ଧିରେ ଖୋଲୁଛି ମାୟାବିନି ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର । ଅର୍ଚ୍ଚନା ଏହିସବୁ କାରବାର ଚଳାଉଥିବା ବେଳେ ତାଙ୍କ ସହ ସାଥ ଦେଉଥିଲେ ଜଣେ ସମ୍ପର୍କୀୟ ଭାଇ । ରୁମ ଭିତରେ ଲୁଚି ରେକର୍ଡ କରୁଥିଲେ ସବୁ ସେହି ସମ୍ପର୍କୀୟ ଭାଇ । ତାପରେ ଦୁହେଁ ଭାଇ – ଭଉଣୀ ମିଶି ଚଲାଉଥିଲେ ଏହି କଳା ସାମ୍ରାଜ୍ୟ । ହନିଟ୍ରାପ୍ –ବ୍ଲାକ ମେଲିଂ-ଟଙ୍କା ଆଦାୟରେ ଅର୍ଚ୍ଚନଙ୍କ ସହ ବରାବର ଭାଗିଦାର ଥିଲେ ଏହି ଭାଇ ଜଣଙ୍କ । ତେବେ ଏହି ସମ୍ପର୍କୀୟ ଭାଇ ଜଣଙ୍କ କିଏ । ପୋଲିସ କାହିଁକି ଲୋକଲୋଚନକୁ ଆଣୁନାହିଁ ସେହି ଭାଇଜଣକୁ । ସମ୍ପର୍କୀୟ ଭାଇକୁ ଖୋଜି କାହିଁକି ଜେରା କରୁନି ଟିମ୍ । ଏବେ ଏସବୁ ପ୍ରଶ୍ନର ଉତ୍ତର କେବଳ ପୋଲିସ ହିଁ ଦେଇପାରିବ ।

କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ମେଲାଇଛନ୍ତି ନିଜ ବିରାଟ ବଡ କଳା ସାମ୍ରାଜ୍ୟ ଅର୍ଚ୍ଚନା ନାଗ । ମାତ୍ର କିଛି ବର୍ଷ ଭିତରେ ଆଜବେଷ୍ଟ ଭଡା ଘରୁ ଅଖିଝଳସିବା ମହଲ କିପରି ତିଆରି କରିଦେଲେ ଅର୍ଚ୍ଚନା । ଏଠି ଲୋକମାନେ ଦିନରାତି ଖଟି ମଧ୍ୟ ଜାଗା ଖଣ୍ଡଟିଏ କିଣିବା ଅସମ୍ବବ ହୋଇପଡୁଥିବା ବେଳେ , ମାତ୍ର ୩୦ ବର୍ଷର ମହିଳା ଜଣଙ୍କ ଏମିତି କେଉଁ ମାନଙ୍କୁ ନିଜ ଜାଲରେ ପସାଇଥିଲା ଯେ । ଯାହାଫଳରେ ଆଜି ଅର୍ଚ୍ଚନାଙ୍କ ପାଖରେ ରାଜପ୍ରସାଦ ଭଳି ଘର,ନାମୀଦାମୀ ଘୋଡା, ଗାଡି ତାସହ ଦୁଇ ଦୁଇଟି ବିଜନେସ । ହେଲେ କେଉଁଠୁ ଆସିଲା ଏତେ ଟଙ୍କା ? କିଏ ସେହି ନେତା, ଠିକାଦାର, ସରକାରୀ ବାବୁ, ଯାହାଙ୍କ ବଦାନ୍ୟତାରେ ଅର୍ଚ୍ଚନା ଛିଡ଼ା କରାଇଛି ନିଜର ବିଶାଳ ସାମ୍ରାଜ୍ୟ ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ କ୍ରାଇମବ୍ରାଞ୍ଚ ପାଖରେ ତଥ୍ୟ ଅଛି ତ ?

ବଡ ବଡ ନେତା ମନ୍ତ୍ରୀ ସଂପୃକ୍ତିକୁ ନେଇ ଚାପି ହୋଇଯାଉଛିକି ଏହି ସଙ୍ଗୀନ ମାମଲାଟା । ସାମାନ୍ୟ ବ୍ୟୁଟିପାର୍ଲରେ କାମ ମରୁ କରୁ ଏବେ କୋଟି କୋଟି ଟଙ୍କାର ମାଲିକିଆଣି । ସୂଚନା ଅନୁଯାୟୀ ଅର୍ଚ୍ଚନା କିଛି ଯୁବତୀ ଏବଂ ତାଙ୍କ ସହ ଅନ୍ତରଙ୍ଗ ସର୍ମ୍ପକ ରଖୁଥିବା ବ୍ୟକ୍ତିଙ୍କୁ ନିଜ ନାଗଫାଶରେ ଫସାଇ ସେ ଆଦାୟ କରୁଥିଲେ କୋଟି କୋଟୋ ଟଙ୍କା ।ତେବେ କିଏ ସେହି ବଡ ବଡନେତା ବା ମନ୍ତ୍ରୀ ବା ପ୍ରଯୋଜକ ଯିଏ ଅର୍ଚ୍ଚନାଙ୍କ ମାୟା ଜାଲରେ ପାଗଳ ଫସିଯାଉଥିଲେ ସେହି ଜନ୍ତା ଭିତରେ । କଣ ପୋଲିସ ବା କ୍ରାଇମବ୍ରାଞ୍ଚ ପର୍ଦାଫାଶ କରିପାରିବ ସେହି ସବୁ ବଡ ବଡିଆଙ୍କ ଅଶଲି ମୁଖାର । ନାଁ ତାଙ୍କ ଟଙ୍କା ଓ ପାୱାର ତଳେ ଦବିଯିବ ଏପରି ମାମଲା ।

Leave a Reply

Your email address will not be published. Required fields are marked *