Pratidin TV

Odisha's Digital News Platform

ଏୟାରପୋର୍ଟରେ ଭାବପ୍ରବଣ ହୋଇପଡିଲେ ଭକ୍ତ , ଦୀର୍ଘ ୩୫ ବର୍ଷପରେ ରାମଙ୍କୁ ଦେଖି ପାଦତଳେ ପଡିଗଲେ

1 min read

ନୂଆଦିଲ୍ଲୀ : ୧୯୮୭ ମସିହା ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିଲା ରାମାୟଣ ଆଜି ମଧ୍ୟ ଚିରସ୍ମରଣୀୟ ହୋଇ ନିଜର ଛାପ ଛାଡିଦେଇଛି ଲୋକମାନଙ୍କ ମନରେ ଯାହାର ଏକ ଜ୍ୱଳନ୍ତା ଉଦାହରଣ ଦେଖାଦେଇଛି ନିକଟରେ । ସେହି ରାମାୟଣରେ ରାମ ଭୂମିକାରେ ନଜର ଆସିଥିବା ଅଭିନେତା ଅରୁଣ ଗୋବିଲଙ୍କୁ ଲୋକମାନେ ଆଜି ମଧ୍ୟ ମର୍ଯ୍ୟାଦାପୁରୁଷ ଭଗବାନ ରାମଙ୍କ ସ୍ୱରୂପ ରୂପେ ମାନନ୍ତି । ଭଗବାନ ରାମଙ୍କ ଭକ୍ତିରେ ବନ୍ଧା ଭକ୍ତମାନେ ଆଜିଯାଏଁ ମଧ୍ୟ ସେହି କଳାକାର ଜଣଙ୍କୁ ଭଗବାନଙ୍କ ପରି ଭକ୍ତି କରିବା ସହ ସେତିକି ସମ୍ମାନ ଦିଅନ୍ତି ।

ନିକଟରେ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ୩୫ ବର୍ଷ ପୂର୍ବେ ରାମ ଭୂମିକାରେ ନଜର ଆସିଥିବା ଅରୁଣ ଗୋବିଲଙ୍କୁ ଏୟାରପୋର୍ଟରେ ଦେଖି ଜଣେ ଭକ୍ତ ପାଦତଳେ ପଡି କାନ୍ଦିପକେଇଥିଲା ଏବଂ ତାଙ୍କୁ ଭଗବାନ କହି ସମ୍ବୋଦନା ମଧ୍ୟ କରିଥିଲେ । ସୂଚନା ଅମୁଯାୟୀ ଅରୁଣ ଗୋବିଲ ତାଙ୍କର ଏକ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନାଗରର ରାମଲୀଲାରେ ପହଞ୍ଚିଥିଲେ। ଏହା ପୂର୍ବରୁ ଅରୁଣ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ।

ତେବେ ଆଜିବି ଅନେକ ପ୍ରସଂଶକ ଅରୁଣଙ୍କୁ ଭଗବାନ ରାମ ବୋଲି ମାନନ୍ତି । ଅରୁଣଙ୍କୁ ସ୍ୱାଗତରେ ଆସିଥିବା ଶହ ସହ ଭକ୍ତ ମାନଙ୍କ ମଧ୍ୟରୁ ଜଣେ ମହିଳା ଏକ କମଳା ରଙ୍ଗର ଶାଢ ସହ ରାମନାମ ଲେଖାହୋଇଥିବା ଏକ ଗାମୁଛା ମଧ୍ୟ ସାଙ୍ଗରେ ଧରି ଆସିଥିଲେ । ଅରୁଣଙ୍କୁ ଏୟାରପୋର୍ଟରେ ଦେଖି ଭାବପ୍ରବଣ ହୋଇପଡିଥିବା ସେହି ମହିଳା ଜଣଙ୍କ ତୁରନ୍ତ ଅରୁଣଙ୍କ ପାଦତଳେ ପଡିଯାଇ କାନ୍ଦିବାକୁ ଲାଗିଥିଲେ । ଅରୁଣଙ୍କ ଭିତରେ ସେ ଭଗବାନ ରାମଙ୍କୁ ଦେଖନ୍ତି ବୋଲି ପରେ ମତେପ୍ରକାଶ କରିଥିଲେ । ତେବେ ୩୫ ବର୍ଷପରେ ଭଗବାନଙ୍କୁ ନିଜ ଚକ୍ଷୁ ସାମ୍ନାରେ ଦେଖି ଭାବପ୍ରବଣ ହୋଇପଡିଥିଲେ ସେହି ମହିଳା ଜଣଙ୍କ ।
ତେବେ ଏହି ଭିଡିଓଟିକୁ ଆଇଏଏସ୍ ସୁମିତା ମିଶ୍ର ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *