Pratidin TV

Odisha's Digital News Platform

ଷ୍ଟାଡିୟମରେ ପଡିଲା ସାରାଙ୍କ ପାଦ, ବାଂଲାଦେଶ ବିପକ୍ଷରେ ବାଜି ମାରିନେଲା ଭାରତ

1 min read

ଭାରତରେ ଚାଲିଛି ଆଇସିସି ଦିନିକିଆ ମେଗା ଇଭେଣ୍ଟ କ୍ରିକେଟ ବିଶ୍ୱକପ ୨୦୨୩ । ୧୭ତମ ମ୍ୟାଚ ଗତକାଲି ଭାରତ ଏବଂ ବାଲଂଦେଶ ଭିତରେ ହୋଇସାରିଛି । ଆଉ ବିଶ୍ୱକପରେ ଭାରତର ଜୟଯାତ୍ରା ଜାରି ରହିଛି । ପୁଣେରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୭ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ତେବେ ଗତକାଲି ମ୍ୟାଚର ହିରୋ କିଙ୍ଗ କୋହଲି ଥିବା ବେଳେ ଫ୍ୟାନ୍ସଙ୍କ ନଜର ଆଉ କାହା ଉପରେ ପଡିଥିଲା । କାରଣ ମ୍ୟାଚ ସମୟରେ ଷ୍ଟାଡିୟମରେ ଏମିତିି କିଛି ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଫ୍ୟାନ୍ସଙ୍କ ମୁହଁରେ କେବଳ ଗୋଟିଏ ନାଁ ସାରା ତେନ୍ଦୁଲକର । ଆଜ୍ଞା ହଁ ଭାରତର ୪ର୍ଥ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ନଜର ଆସିଥିଲେ ମାଷ୍ଟର ବ୍ଲାଷ୍ଟାର ସଚିନ ତେନ୍ଦୁଲରଙ୍କ ଝିଅ ସାରା । ସେ ତାଙ୍କ କିଛି ବନ୍ଧୁଙ୍କ ସହ ମ୍ୟାଚର ମଜା ଉଠାଇଥିଲେ । ଏନେଇ ଫ୍ୟାନ୍ସ ଜାଣି ନଥିବା ବେଳେ ଯେତେବେଳେ ଶୁବମନ ଗିଲଙ୍କ ଖେଳିବା ପାଳି ପଡିଥିଲା ଏବଂ ସେ ଏକ ବାଂଲାଦେଶ ଖେଳଳିଙ୍କୁ କ୍ୟାଚ ଆଉଟ କରିଥିଲେ । ସେତେବେଳେ ସିଧା ସଳଖ କ୍ୟାମରେ ଯାଇ ସାରାଙ୍କଉପରେ ପଡିଥିଲା ।

ଯାହାଫଳରେ ଫ୍ୟାନ୍ସ ମାନେ ସାରାଙ୍କୁ ଦେଖିଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ବିଶ୍ୱକପ ମ୍ୟାଚରେ ଗିଲଙ୍କୁ ଚିୟରଅଫ କରିବାକୁ ସାରା ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ । ଏହାର ଆଉ ଏକ ଉଦାହରଣ ମଧ୍ୟ କାଲି ଦେଖିବାକୁ ମିଳିଥିଲା । ଯେତେବେଳେ ଗିଲ ବ୍ୟାଟିଂ କରୁଥିଲେ ଆଉ ସେ ତାଙ୍କର ଅର୍ଦ୍ଧଶତକ ପୁରା କରିଥିଲେ ସେତେବେଳେ ପାଭେଲିଆନରେ ସାରା ଉଠି ଖୁସିରେ ତାଳି ମାରିଥିଲେ । ଏହା ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲ । ତେବେ ସାରାଙ୍କ ଉପସ୍ଥିତରେ ଭାରତ କାଲିର ମ୍ୟାଚରେ ବାଜି ମାରି ନେଇଛି । ଗତକାଲି ଷ୍ଟାଡିୟମରେ ସାରାଙ୍କ ଉପସ୍ଥିତ ପାଇଁ ଫ୍ୟାନ୍ସ ଶୁବମନଙ୍କୁ ଚିଡେଇବା ଆରମ୍ଭକରି ଦେଇଛନ୍ତି । ଆଉ କହିଛନ୍ତିଯେ ଶୁବମନଙ୍କ ଲକିଚାର୍ମ ହେଉଛନ୍ତି ସାରା ।

Advertisement

ତେବେ ଗତକାଲିର ମ୍ୟାଚ କଥା କହିଲେ ବିରାଟ କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା(୪୮ରନ) ଓ ଶୁବମନ ଗିଲ(୫୩ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଲଂଦେଶ ଦ୍ୱାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ପୁରା କରି ନେଇଥିଲେ । ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ବିଜୟ ସହ ଭାରତ ପୁଣି ଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ।

Leave a Reply

Your email address will not be published. Required fields are marked *