ମା’ଙ୍କୁ ହରାଇ ଭାଙ୍ଗି ପଡିଲେ ଫରାହ ଖାନ୍ , ସାହାରା ଦେବାକୁ ପରିବାର ସହ ପହଞ୍ଚିଲେ କିଙ୍ଗ ଖାନ ..
1 min readବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଏବଂ ସାଜିଦ ଖାନଙ୍କ ଉପରେ ଦୁଃଖର ପାହାଡଭାଙ୍ଗି ପଡିଛି। ଫରାହଙ୍କ ମା ମେନକା ଇରାନୀଙ୍କ ଶୁକ୍ରବାର (ଜୁଲାଇ ୨୬) ତାରିଖରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଯାହା ପରେ ପୁରା ପୁରୀ ଭାଙ୍ଗି ପଡିଛନ୍ତି ଫରାହ। ସୂଚନାନୁଯାୟୀ ଫରାହଙ୍କ ମା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନିକଟରେ ସେ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରି ଆସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଫରାହ ଜୁଲାଇ ୧୨ରେ ତାଙ୍କ ମାଆଙ୍କ ଜନ୍ମଦିନ ବଡ ଖୁସି ସହିତ ପାଳନ କରିଥିଲେ । ସୋସିଆଲ ମିଡିଆରେ ମାଆଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କୁ ଜାଣିଥିବା ‘ସାହସୀ’ ବ୍ୟକ୍ତି ବୋଲି କହିଥିଲେ । ମେନକାଙ୍କ ଜନ୍ମଦିନରେ ଫରାହ ତାଙ୍କ ପୋଷ୍ଟରେ ଲେଖିଥିଲେ, ମା’ ତତେ ମୁଁ ବହୁତ ଭଲ ପାଏ।
କାମରୁ ଘରକୁ ଆସି ତତେ ଦେଖିଦେଲେ ସବୁକଷ୍ଟ ଭୁଲିଯାଏ। ମୋ ଜାଣିବାରେ ତୁ ହେଉଛି ମୋ ଜୀବନର ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ମଣିଷଟିଏ। ତତେ ଦେଖିଲେ ମୋତେ ବହୁ ପ୍ରେରଣା ମିଳିଥାଏ। ତୁ ଖୁସିରେ ରହ। ଜନ୍ମଦିନର ଅନେକ ଅନେକ ଶୁଭକାମନା। ଜନ୍ମଦିନ ପାଳନ କରିବାର ଦୁଇ ସପ୍ତାହ ପରେ ମା’ଙ୍କ ମୃତ୍ୟୁ ହେବା ଘଟଣାକୁ ଫରାହ ଗ୍ରହଣ କରି ପାରୁନାହାନ୍ତି। ସେ ଦୁଃଖରେ ପୁରା ପୁରି ଭାଙ୍ଗି ପଡ଼ିଛନ୍ତି।ଏହି ଖବର ଶୁଣିବାପରେ ଲଗାତାର ତାଙ୍କୁ ସାନ୍ତନ୍ୱା ଦେବାପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ଘରକୁ ପହଞ୍ଚୁଛନ୍ତି । ଫରାହଙ୍କ ଘନିଷ୍ଠ ବନ୍ଧୁ ବଲିଉଡର କିଙ୍ଗ ଶାହରୁଖ ଖାନ ମଧ୍ୟ ତାଙ୍କ ପରିବାର ସହି ଫରାହଙ୍କ ଘରେ ପହଞ୍ଚିଥିଲେ । ଶାହରୁଖ ତାଙ୍କୁ ବୁଝାଇବା ସହ ଆଲିଙ୍ଗନ କରିଥିଲେ । ତେବେ ଶାହରୁଖ ଙ୍କ ବ୍ୟତୀତ ରାନୀ ମୁଖାର୍ଜୀ , ଶିଳ୍ପା ସେଠୀ , ଶିବ ଠାକରେ , ଭୂଷଣ କୁମାର ଫରାହଙ୍କ ପାଖରେ ପହଞ୍ଚିଛନ୍ତି ।