Pratidin TV

Odisha's Digital News Platform

ପୋଷାକ ଥିଲା ମଳି, ମୁଣ୍ଡରେ ଥିଲା ଲୁଗାପଟା ଗଣ୍ଠିଲି….ହାତରେ ଥିଲା ମେଟ୍ରୋ ଟିକେଟ କିନ୍ତୁ ଏଣ୍ଟ୍ରି ଦେଲେନି ଦାୟିତ୍ୱ କର୍ମୀ

1 min read

ପୋଷାକ ଥିଲା ମଳି ମୁଣ୍ଡରେ ଥିଲା ଲୁଗାପଟା ଗଣ୍ଠିଲି | ଯିବା ପାଇଁ ସେ ମେଟ୍ରୋ ଟ୍ରେନର ସହର ନେଇଥିଲେ | ହେଲେ ମେଟ୍ରୋରେ ଟ୍ରେନରେ ପଶିବାକୁ ଦେଲେନି ଦାୟିତ୍ୱରେ ଥିବା କର୍ମୀ ମାନେ | ଏପରି କିସଘୀ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି | ସୂଚନା ଅନୁସାରେ, ବେଙ୍ଗାଲୁରୁରେ ଜଣେ କୃଷକଙ୍କୁ ମେଟ୍ରୋ ସାହାଯ୍ୟରେ ଯାତ୍ରା ପାଇଁ ଯାଉଥିଲେ ହେଲେ ତାଙ୍କୁ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିବାକୁ ଦେଇନଥିଲେ ଦାୟିତ୍ୱରେ ଥିବା କର୍ମଚାରୀ । ଦେଖିବାରୁ ଲାଗୁଥିଲା ସେହି ବ୍ୟକ୍ତିଙ୍କ ବୟସ ଇ ୬୫ ରୁ ୭୦ ଭିତରେ ହେବ । ସେ ପିନ୍ଧିଥିବା ପୋଷାକ ମଳି ହୋଇଥିବା କାରଣରୁ ତାଙ୍କୁ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିବାକୁ ଦେଇନଥିଲେ ।

ବେଙ୍ଗାଲୁରୁରେ ଜଣେ କୃଷକଙ୍କୁ ମେଟ୍ରୋ ବ୍ୟବହାର କରିବାକୁ ଅନୁମତି ଦିଆଯାଇନଥିଲା। ପରେ ଯାତ୍ରୀମାନଙ୍କ ବିରୋଧ ପରେ ତାଙ୍କୁ ମେଟ୍ରୋରେ ଯିବାକୁ ଅନୁମତି ଦିଆଯାଇଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ଜଣେ ସୁରକ୍ଷା ସୁପରଭାଇଜରଙ୍କୁ ବରଖାସ୍ତ କରାଯାଇଥିଲା ।ସୂଚନା ମୁତାବକ, ଧଳା ସାର୍ଟ ପିନ୍ଧିଥିବା ଏବଂ ମୁଣ୍ଡରେ ଏକ ଲୁଗାପଟା ଗଣ୍ଠିଲି ବୋଝେଇ ଥିବା ଚାଷୀଙ୍କୁ ବୈଧ ଟିକେଟ୍ ଥାଇ ମଧ୍ୟ ରାଜଜୀନଗର ମେଟ୍ରୋ ଷ୍ଟେସନରେ ସୁରକ୍ଷା ଯାଞ୍ଚ ପଏଣ୍ଟରେ ଅଟକାଇ ଦିଆଯାଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ହିନ୍ଦୀ ଭାଷାଭାଷୀ କୃଷକ ସୁରକ୍ଷା ଯାଞ୍ଚ ପଏଣ୍ଟରେ ଲଗେଜ୍ ସ୍କାନର୍ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ସି ଏରାନୀ ନାମକ ଜଣେ ବ୍ୟକ୍ତି ଚାଷୀଙ୍କୁ ମେଟ୍ରୋ ବ୍ୟବହାର ନକରିବା ପାଇଁ ସେମାନଙ୍କ ପଦକ୍ଷେପ ବିଷୟରେ ପଚରାଉଚରା କରୁବାର ଦେଖିଥିଲେ ।

ଏରାନୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ଦାୟିତ୍ୱରେ ଥିବା କର୍ମୀଙ୍କୁ କହିଥିଲେ ଯେ, ଚାଷୀଙ୍କୁ କୌଣସି ସୁରକ୍ଷା ବିପଦ ନାହିଁ। ସେ କହିଛନ୍ତି ଯେ ସେ କେବଳ ପୋଷାକ ଧରିଥିଲେ, ଯାହା ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ (BMRCL) ନିୟମର ଉଲ୍ଲଂଘନ ନୁହେଁ।ଏହା ପରେ ଚାଷୀଙ୍କୁ ମେଟ୍ରୋରେ ଯିବାକୁ ଅନୁମତି ଦିଆଗଲା। ଏହି ଘଟଣା ପରେ ଜଣେ ସୁରକ୍ଷା ସୁପରଭାଇଜରଙ୍କୁ ବରଖାସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *