Pratidin TV

Odisha's Digital News Platform

ଚିନ୍ତାରେ ଚାଷୀ ; ଏ ବର୍ଷ ଚାଷରେ କ୍ଷତି ହିଁ କ୍ଷତି !

କେନ୍ଦ୍ରାପଡା : ଏ ବର୍ଷ ଚାଷରେ କ୍ଷତି ହିଁ କ୍ଷତି । ଶ୍ରବଣର ନିାଣ୍ଟିଆ ବର୍ଷା ସବୁ ସାରିଦେଇଛି । ଆମେ ଗରିବ ଲୋକ କିଏ ଆମ କଥା ଶୁଣୁଛି । ନା କେନାଲକୁ ପାଣି ଆସୁଛି ନା ବର୍ଷାର ଦେଖାଅଛି । ଏଭଳି କିଛି କହି ଗଣମାଧ୍ୟମ ଆଗରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ଚାଷୀ ଭାଇ ।

“ଆଷାଢ଼ ଯାଇ ଶ୍ରାବଣ ହେଲା ବରଷାର ଦେଖାନାହିଁ । ଆମେ ତଳିଘେରରେ ମୁଠାଏ ଧାନ ବିହନ ପକାଇପାରିଲୁ ନାହିଁ । କେନାଲ କଥା ନକହିବା ଭଲ ଯଦିଓ ଗତ କାଲି କେନାଲରେ ପାଣି ଛାଡ଼ିଛି ପାଣି ବିଲକୁ ଉଠୁନି ଆମେ ଟିଣରେ କେନାଲ ଓ ପୋଖରୀରୁ ପାଣି ବୋହି ଆଣି ବିଲକୁ ଗୋଡ଼ରେ ଓ ହାତରେ ମାଟିକୁ ଚକଟି ସମତଲ କରି ଆଜି ଶ୍ରାବଣ ମାସରେ ତଳି ପକାଉଛୁ । ତେବେ ଶ୍ରାବଣ ମାସରେ ତଳି ପଡିଲେ ରୁଆ ଉପଯୋଗୀ ହେବାପାଇଁ ହାରାହାରି ମାସଟିଏ ଲାଗିବ । ଭାଦ୍ରବରେ ଧାନ ତଳି ରୁଆହେଲେ ଚାଷରେ ପ୍ରବଳ କ୍ଷତି ହେବ । ଯଦି ୧୫ ଦିନ ଆଗରୁ କେନାଲରେ ପାଣି ଆସିଥାନ୍ତା ତାହାଲେ ଆମର ଚାଷ ଅଧା ଅଧି ହୋଇଥାନ୍ତା । ଏମିତି କିଛି କହି କାନ୍ଧି ପକାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା କୋର ଅଞ୍ଚଳର ଚାଷୀ ଭାଇ ମାନେ ।

ବର୍ତମାନ ସାରା ଜିଲ୍ଲାର ଚାଷୀ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଆଷାଢ଼ ଯାଇ ଶ୍ରାବଣ ହେଲା ବର୍ଷାର ଦେଖାନାହିଁ କି କେନାଲରେ ଟୋପା ପାଣିର ଦେଖାନାହିଁ । ଗତ କାଲି କେନାଲରେ ପାଣି ଛାଡ଼ିଛି ହେଲେ ବିଲକୁ ଉଠିବାକୁ ଆହୁରି ଦିନେ କି ଦୁଇ ଦିନ ଯିବ । ଏଠି ଶ୍ରାବଣରେ ତଳିପଡି ଧାନରୁଆ ହେଲାବେଳକୁ ଭାଦ୍ରବ ଶେଷ ତେବେ ରୁଆ ଉପଡା ଠିକ ଢଙ୍ଗରେ ଠିକ ସମୟରେ ହୋଇ ପାରିବ ନାହିଁ । ଆମେ ଗରିବ ଚାଷି ମୂଳିଆ ଆମ କଥା କିଏ ଶୁଣୁଛି ତେଣୁ ଚାଷ ଏ ବର୍ଷ କ୍ଷତି ହେବବୋଲି କହିଛନ୍ତି କୋର ଅଞ୍ଚଳର ଚାଷି ଶଙ୍କର ଦାସ ।

Leave a Reply

Your email address will not be published. Required fields are marked *