Pratidin TV

Odisha's Digital News Platform

ଚାଷୀ ଘର ଝିଅ ସାଉଁଣ୍ଟିଲେ ଗର୍ବ , ବିଲରେ କାମ କରି ବାପା ଦେଖୁଥିଲେ OAS ସ୍ୱପ୍ନ , ପୂରଣ କରିଦେଲେ ଝିଅ ..

1 min read

ଦୃଢ ଇଚ୍ଛା ଶକ୍ତି ହେଉଛି ସଫଳତା ର ମାପ କାଠି, ଆଉ କଠିନ ପରିଶ୍ରମ ଆଗରେ ହାର ମାନେ ପରିସ୍ଥିତି ୟେ କେବଳ ରୁଢି ନୁହେଁ ବରଂ ଏହା ସହ ଜଡିତ ଅଛି ଗରୀବ ଘର ଚାଷୀ ଝିଅର OAS ବନିବାର ବାସ୍ତବ କାହାଣୀ ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଗରୀବ ଚାଷୀ ପରିବାର ର ଝିଅ ସ୍ମୃତିରେଖା ନାଥ । ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ୩୬୯ ରାଙ୍କ ହାସଲ କରି ନିଜ ଗାଆଁ ତଥା ଜଳେଶ୍ବର ବ୍ଲକ ପାଇଁ ଗୌରବ ଆଣିଛନ୍ତି । ବାପା ପ୍ରଦୀପ ନାଥ ଙ୍କ ଦୁଇ ଝିଅ ମଧ୍ୟ ରୁ ସାନ ଝିଅ ହେଉଛନ୍ତି ସ୍ମୃତିରେଖା, ପିଲା ଟି ଦିନରୁ ମେଧାବୀ ଛାତ୍ରୀ ଥିଲେ ସ୍ମୃତିରେଖା, ଛୋଟବେଳୁ ଇଚ୍ଛା ଥିଲା ଓ ଏ ଏସ ହେବା ପାଇଁ , ବାପା ପ୍ରଦୀପ ଜଣେ ଗରୀବ ଚାଷୀ ହୋଇ ଥିଲେ ମଧ୍ୟ ବହୁ କଷ୍ଟ ସଂଘର୍ଷ ଭିତରେ ଝିଅକୁ ଙଇଝ ବନେଇବାର ସ୍ୱପ୍ନ ଛାଡିନଥିଲେ ।

Advertisement

ଗ୍ରାଜୁଏସନ ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋଳମଣ୍ତପ ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ଯରତ ଥିଲେ ସ୍ମୃତିରେଖା, ମାତ୍ର ତାଙ୍କର ଓଏ ଏସ ହେବାର ସ୍ବପ୍ନ ତାଙ୍କ ଆଖିରୁ ନିଦ ହଜାଇ ଦେଇଥିଲା । ଆଉ ଆଖିରେ ନାଚୁଥିଲା ବାପାଙ୍କ କଠୋର ପରିଶ୍ରମ । ସେଥିପାଇଁ ସେ ଦିନ ରାତି କଠିନ ପରିଶ୍ରମ କରୁ ଥିଲେ, ତେବେ ପ୍ରଥମ ଥର ପରୀକ୍ଷା ରେ ସେ କୃତକାର୍ଯ୍ଯ ହୋଇଛନ୍ତି । ଆଜି ସେ ଜନ୍ମମାଟି ରେ ପହଞ୍ଚିବା ପରେ ଗାଆଁ ଲୋକେ ବାଜା ବଜାଇ ଶୋଭାଯାତ୍ରା କରି ପାଛୋଟି ନେଇଛନ୍ତି । କିଏ ଫୁଲ ତୋଡା ଦେଇ କୁଣ୍ଢାଇ ପକାଉଛି ତ କିଏ ଦୀପ ଲଗାଇ ବନ୍ଦାପନା କରି ପକାଉଛି । ଗାଆଁ ର ସୁନା ଝିଅ ସ୍ମୃତିରେଖା ପାଇଁ ସାରା ଗାଆଁ ର ଲୋକେ ଏକତ୍ରିତ ହୋଇ ଖୁସି ମନାଉଛନ୍ତି ।

Leave a Reply

Your email address will not be published. Required fields are marked *