Pratidin TV

Odisha's Digital News Platform

ଚାଷୀ ମୁଣ୍ଡରେ ଚଡକ ; ସହର ଉପକଣ୍ଠରେ ମରୁଡିର ପଦଧ୍ୱନି …

କେନ୍ଦ୍ରାପଡା ; କେନ୍ଦ୍ରାପଡା ସହର ଉପକଣ୍ଠ କପାଳେଶ୍ଵର ଓ ବରୋ ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ଚଳିତ ବର୍ଷ ଖରିପ ଧାନ ଚାଷ କରିବା ଉଦେଶ୍ୟରେ ଯେତେବେଳେ ଚଷାପୁଅ ତଳି ଘେରା ପକାଇଲା ସେତେବେଳେ ପାଣିପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଏମିତିକି ବାଲ୍ଟି ରେ ପାଣି ବୋହି ବହୁ ବିଳମ୍ବରେ ତାଲି ଘେରା ପ୍ରସ୍ତୁତ କରିଥିଲେ କପାଳେଶ୍ଵର ପଞ୍ଚାୟତ ର ଯଯାଙ୍ଗ ଗାଁ ର ଚାଷୀ । ଏବେ କିନ୍ତୁ କୋଉଠି ପେଟ ଥୋଡ ତ କେଉଁଠି ଫୁଲ ଉଡାଇବା ସମୟ । ହେଲେ ଏ ସମୟରେ ବିଲ ଫାଟି ଆଁ କରିଛି ଧାନ ଗଛରୁ ଥୋଡ଼ ବାହାରି ପାରୁନି ଚଷାପୁଅ କେଉଁଠି ଖାଲରୁ ପାଣି ପମ୍ପ ସାହାଯ୍ୟରେ ବିଲ ରେ ପାଣିମଡାଉ ଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ହଜାର ହଜାର ହେକ୍ଟର ଜମିର ଧାନ କେମିତି ବଞ୍ଚିବ ସେହି ଚିନ୍ତାରେ ଯଯାଙ୍ଗ ଗାଁ ଚାଷୀ । କେନାଲରେ ଟୋପେ ପାଣିନାହିଁ । ଜଳସେଚନ ବିଭାଗ କେନାଲ କୁ ଅଗଷ୍ଟ ମାସରେ ଟିକେ ଘାସ ସଫାକରି ବସିଗଲା । ଅନ୍ୟ ପକ୍ଷରେ ଯଯାଙ୍ଗ ଗାଁ ବିଶିବିଲ ପାଟନାଳୀରେ ସରକାର କରିଛନ୍ତି ଏକ ଆନିକୋଟା ଏହା ଠିକସେ କାର୍ଯ୍ୟ କରୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ । ତେବେ ଏହି ଆନିକୋଟ ର ସଟର ପକାଇଛନ୍ତି ଚାଷୀ ହେଲେ କିଛି ଅସାମାଜିକ ଲୋକ ରାତିରେ ସଟର ଟେକି ଜାଲ ବସାଇ ମାଛଧରୁଥିବା ଖବର ପାଇ ଯଯାଙ୍ଗ ଗାଁର ପଚାଶରୁ ଉର୍ଦ୍ଧ ଛାଡି ଗତକାଲି ରାତିରେ ଆନିକୋଟ ପାଖକୁ ଯାଇ ଜାଲକୁ କାଟି ସଟରକୁ ଠିକ କରୁଥିବାର ଦୃଶ୍ୟ ମଧ୍ୟ ସାମନ୍ନାକୁ ଆସିଛି। ତେବେ ଏପରି ଅମାନୁଷିକ କାର୍ଯ୍ୟ କରୁଥିବା ମଣିଷ ସାମାନ୍ୟ କେଇଟା ମାଛ ପାଇଁ ହଜାର ହଜାର ଚାଷୀଙ୍କ ପରିବାର ଲୋକଙ୍କ ଦାନା ମାରିଦେଉଛନ୍ତି ।

ତେବେ ଏହି ଘଟଣା ପାଇଁ ଗାଁରେ ଉତ୍ତେଜନା ଦେଖାଦେଇଛି । ରାତି ତମାମ ଚାଷୀ ଅନିଦ୍ରାହୋଇ ସଟର ଯଗିଛନ୍ତି । ସବୁଠାରୁ ବଡ଼କଥା ଏହି ଗାଁର ଧାନ ବିଲ ବର୍ଷାରେ ବୁଡିବ ବର୍ଷା ନହେଲେ ମରିବ ଚାଷୀ ସମବାୟ ସମିତିରୁ ଋଣ ଆଣି ଚାଷ କରେ ୨୦୨୧ ମସିହାରେ ହୋଇଥିବା ଫସଲ ନଷ୍ଟର କ୍ଷତିପୂର୍ଣ ଅଦ୍ୟାବଧି ପାଇନଥିବେଳେ ଆଜି ଏପରିସ୍ଥିତି କେମିତି ବଞ୍ଚି ଚଷାକୁଳ । ଅନ୍ୟ ପକ୍ଷରେ ଚାଷୀ ର ଏପରି ଦୁର୍ଦିନ ରେ ପ୍ରଶାସନ କିପ୍ରକାର ସାହାଯ୍ୟ କରୁଛି ତାହା ଖାଲି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *