Pratidin TV

Odisha's Digital News Platform

ବାଦାମ ଚାଷକୁ ମିଳୁନି ପ୍ରୋତ୍ସାହନ,ଚିନ୍ତାରେ ବାଦାମ ଚାଷୀ…

1 min read

ଚାଷୀ ଚାଷ ହୁଡ଼ିଲେ ବରଷେ, ଏହି କଥାକୁ ଆଖି ଆଗରେ ରଖି ଯେତେ କଷ୍ଟ ହେଉନା କାହିଁକି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଷ କରି ଜନତାକୁ ଅନ୍ନ ଯୋଗାଇ ଦେଉଛି । ହେଲେ ଚାଷକୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ବହୁ କଷ୍ଟ କରି ଚାଷ କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜ଼ିଲ୍ଲା ବାଦାମ ଚାଷୀଙ୍କ ଭାଗ୍ୟରେ । ବାଦାମ ଚାଷୀ ଚାଷ କରୁଥିଲା ସମୟରେ ସରକାରୀ ବାଦାମ ବିହନ ଚାଷ ସମୟରେ ମିଳୁ ନ ଥିବାରୁ ଚାଷୀ ବାଧ୍ୟ ହୋଇ ବଜ଼ାରରୁ ଅଧିକା ଅର୍ଥରେ ବାଦାମ ବିହନ କିଣି ଚାଷ କରୁଛି। ଯଦ୍ୱାରା ଚାଷୀ ଉପରେ ଆର୍ଥୀକ ବୋଝ ଲଦି ହୋଇ ପଡୁଛି ।ଏପରିକି ଚାଷ ସମୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିରୁ ଚାଷୀଙ୍କୁ ଋଣର ସୁବିଧା ମିଳୁନଥିବାରୁ ବାଧ୍ୟ ହୋଇ ଚାଷୀ ଗ୍ରାମର ସାହୁକାର ମାନଙ୍କ ଠାରୁ ଅଧିକା ସୁଧରେ ଅର୍ଥ ଆଣି ଚାଷ କାର୍ଯ୍ୟ କରୁଛନ୍ତି । ଚାଷର ଉତ୍ପାଦିତ ଲାଭାଂସା ଅର୍ଥ ସାହୁକାର ଅର୍ଥ ସୁଝିବାରେ ସିଂହଭାଗ ଅର୍ଥ ଚାଲିଯାଉ ଥିବାରୁ ବର୍ଷ ସାରା ପରିବାର ଭରଣ ପୋଷଣ କରିବା କଷ୍ଟକର ହୋଇପଡୁଛି ।

ଦଇବି ଦୁର୍ବିପାକ ହେଉ କିମ୍ବା ଅନ୍ୟ କେଉଁ କାରଣ ହେଉ ବାଦାମ ଚାଷରେ ଚାଷୀ କ୍ଷତି ସହୁ ଥିଲେହେଁ ବାଦାମ ଚାଷରୁ ମୁହଁ ଫେରାଇ ନାହିଁ । ସଠିକ ସମୟରେ ବାଦାମ ଚାଷ ଚାଷୀ କରୁଥିଲା ବେଳେ ଚାଷୀକୁ ବିହନ, ସାର ଓ ଋଣ ଠିକ ସମୟରେ ମିଳୁ ନ ଥିବାରୁ ଚାଷ କରିବା ଚାଷୀ ପକ୍ଷରେ ଦୁର୍ବିସହ ହୋଇ ପଡୁଛି ।ଚାଷୀ ନିଜ ଘରର ସୁନା ଗହଣା ବିକ୍ରି କରି ଚାଷ କରୁଛି । ବାଦାମ ଚାଷ ଆରମ୍ଭ ହୋଇ କେତେକ କ୍ଷେତ୍ରରେ ବାଦାମ ଗଛ ଗଜା ଦେଲାଣି । ଯଦି ବର୍ଷା ନ ହୁଏ ତେବେ ବାଦାମ ଗଛ ମରୁଡି ହେଇଯିବ । ଯଦିଓ ସରକାର କ୍ଷେତ ମାନଙ୍କରେ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି ତାହା ଅକାମି ହୋଇ ପଡିଛି । ଯଦି ବର୍ଷା ନ ହୁଏ ସରକାର କିମ୍ବା ଜ଼ିଲ୍ଲା ପ୍ରଶାସନ ବାଦାମ କ୍ଷେତରେ ପାଣି ଛିଞ୍ଚନର ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି କ୍ଷ ସରକାର ଦୁଇ ବର୍ଷ ହେବ ସିଧା ସଳଖ ବାଦାମ ଚାଷୀଙ୍କୁ ବାଦାମ ବିହନ ଯୋଗାଇ ଦେଉନାହାନ୍ତି । ଡିଲର ମାଧ୍ୟମରେ ବିହନ ଯୋଗାଇ ଦେଇଛନ୍ତି । କିନ୍ତୁ ଯାଜପୁର ଜ଼ିଲ୍ଲାର ଡିଲର ମାନେ ବାଦାମ ଚାଷ ସମୟରେ ବାଦାମ ବିହନ ଆଣି ନଥିବାରୁ ବାଦାମ ଚାଷୀ ମାନେ ନିଜସ୍ୱ ଉଦ୍ୟମରେ ବଜ଼ାରରୁ ବିହନ କିଣିଛନ୍ତି ବୋଲି ଜ଼ିଲ୍ଲା କୃଷି ଅଧିକାରୀ ସ୍ୱୀକାର କରିଛନ୍ତି । ଜ଼ିଲ୍ଲାରେ ତିନି ହଜ଼ାରରୁ ଉର୍ଦ୍ଧ ବାଦାମ ଚାଷୀ କୋଡିଏ ହଜ଼ାର ହେକ୍ଟର ଚାଷ ଜମିରେ ବାଦାମ ଚାଷ କରିଛନ୍ତି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତ । ତେବେ ଦେଖିବାକୁ ବାକିରହିଲା ବାଦାମ ଚାଷୀଙ୍କୁ କେବେ ଯୋଗାଇ ଦିଆଯିବ ସରକାରୀ ସୁବିଧା ।

Advertisement

Leave a Reply

Your email address will not be published. Required fields are marked *