Pratidin TV

Odisha's Digital News Platform

ଚାଷୀଙ୍କ ଆଖିରୁ ଝରୁଛି ଲୁହ….ହେଉଛି ପାଣି ଓ ରାସ୍ତାର ସମସ୍ୟା…ଶୁଣୁନି ପ୍ରଶାସନ ଦୂର ହେଉନି ଦୁଃଖ

1 min read

ସରକାର ଚାଷୀଙ୍କ ପାଇଁ ସବୁ ସୁବିଧା କରିଥିବା ବେଳେ ସାମ୍ନାକୁ ଆସିଛି ଚାଷୀଙ୍କ ବଡ ସମସ୍ୟା | ପାଣି ପାଇଁ ହେଉଛି ଅସୁବିଧା, ଯାତାୟାତ କରିବା ପାଇଁ ରାସ୍ତା ସମସ୍ୟା | ତେବେ ଏହା କଟକ ଜିଲ୍ଲା ମାହାଙ୍ଗାର ଗୋପାଳପୁର ପଞ୍ଚାୟତ ବେଗୁନିଆପଦା ଗ୍ରାମ ଦେଇ ଯାଇଥିବା ୯ ନମ୍ବର କେନାଲର ଶାଖା କେନାଲ ଯାହାକି ଅର୍ଜୁନି ନାୟକ ଘରଠାରୁ ଆରମ୍ଭ କରି ଅମ୍ବିକେସ୍ୱରୀ ଠାକୁରାଣୀ ଦେଇ ଯାଇଛି | ଏହି କେନାଲ ଉପରେ ନିର୍ଭର କରୁଛନ୍ତି ପାଖ ପାଖି ୬୦ରୁ ଉର୍ଦ୍ଧ୍ବ ଚାଷୀ | ହେଲେ ପାଣି ପାଇଁ ବିଗତ ବହୁ ବର୍ଷ ହେଲାଣି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେବଳ ଏତିକି ନୁହେଁ ଏହି କେନାଲ ବନ୍ଧ ଦେଇ ଏକ ରାସ୍ତା ମଧ୍ୟ ରହିଛି ଯାହାକି ଏ ହିଁ ରାସ୍ତା ଏବେ ବଣ ଜଙ୍ଗଲରେ ପରିପୂର୍ଣ | ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଆକ୍ସନ ନାହିଁ ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଚାଷୀ |

ଏହି କେନାଲ ରୋଡର ଉନ୍ନତି କରଣ ପାଇଁ ୨0୨0 ମସିହାରେ ନରେଗା ବା MGNREGA ଦ୍ୱାରା ଅର୍ଜୁନି ନାୟକ ଘରଠାରୁ ଆରମ୍ଭ କରି ଅମ୍ବିକେଶ୍ବରୀ ଠାକୁରାଣୀ ପର୍ଯ୍ୟନ୍ତ ୧୧୯୨୩୨ ଟଙ୍କାର କାମ ହୋଇଥିଲା ହେଲେ ବର୍ତ୍ତମାନ ତାହା ଘଞ୍ଚ ବଣ ବୁଦାରେ ପରିଣତ ହୋଇଛି | ତେବେ ଖବର ପ୍ରସାରଣ ଚାଷୀଙ୍କ ଦୁଃଖ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ||

Advertisement

Leave a Reply

Your email address will not be published. Required fields are marked *