ପରଲୋକରେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ରୋହିତ ବଳ
1 min readଭାରତର ଅନ୍ୟତମ ଖ୍ୟାତନାମ ଫ୍ୟାଶନ ଡିଜାଇନର ରୋହିତ ବଳ ଆଉ ନାହାନ୍ତି। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳ । ଗତବର୍ଷ ଠାରୁ ସେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁଣି ଥରେ ଫ୍ୟାସନ ଡିଜାଇନ କାମ ଆରମ୍ଭ କରିଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଫ୍ୟାଶନ ଡିଜାଇନ କାଉସିଲ ଅଫ ଇଣ୍ଡିଆ ଇନଷ୍ଟାଗ୍ରାମରେ ରୋହିତଙ୍କ ଦୁଃଖଦ ବିୟୋଗ ସମ୍ପର୍କରେ ସୂଚନା ଦେଇଛି।
ଶେଷ ଥର ପାଇଁ ତାଙ୍କୁ ଲାକ୍ ମି ଇଣ୍ଡିଆ ଫେସନ ୱିକ୍ରେ ଦେଖିବାକୁ ମିଳିଥିଲା । ଗତମାସରେ ଦିଲ୍ଲୀରେ ଆୟୋଜିତ ଲାକ୍ ମି ଇଣ୍ଡିଆ ଫେସନ ୱିକ୍ରେ ସେ ଶେଷଥର ନିଜର ଦକ୍ଷତା ଦେଖାଇଥିଲେ। ସେଥିରେ ସେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ଶୋ’ ଷ୍ଟପର ହୋଇଥିଲେ । ତେବେ ରାମ୍ପରେ ରୋହିତ ଥରୁଥିବାରୁ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ତାଙ୍କର ହାର୍ଟ ସମସ୍ୟା ୨୦୧୦ରୁ ଲାଗି ରହିଥିଲା। ସେତେବେଳେ ସେ ହାର୍ଟ ଆଟାକର ସମ୍ମୁଖୀନ ହେବାରୁ ଜରୁରିକାନୀରେ ଭିତ୍ତିରେ ଏଞ୍ଜିପ୍ଲାଷ୍ଟୀ କରିଥିଲେ। କଶ୍ମୀରର ମୂଳବାସିନ୍ଦା ରୋହିତ ବଲିଉଡରେ ଅନେକ ଚର୍ଚ୍ଚିତ ଚେହେରାଙ୍କ ସହ କାମ କରିଛନ୍ତି।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲଜିରୁ ଫ୍ୟାଶନର କୋର୍ସ ଶେଷ କରିଥିଲେ ରୋହିତ । ୧୯୮୬ରେ ସେ ନିଜ ଭାଇଙ୍କ ସହ ଆର୍କିଡ୍ ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍ର ସ୍ଥାପନା କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ ସହ ହଲିଉଡ୍ର ବଡ଼ ବଡ଼ ସିନେ ଷ୍ଟାର ଯଥା ପାମେଲା ଆଣ୍ଡରସନ, ଉମା ଥରୁମାନ, ସିଣ୍ଡି କ୍ରାଉଫୋର୍ଡ ଏବଂ ନାଓମି କ୍ୟାମ୍ପବେଲ ତାଙ୍କର ଗ୍ରାହକ ରହିସାରିଛନ୍ତି।