ଚାଷ ଜମିରୁ ଫ୍ୟାସନ ଆଇକନ ସାଜିଲେ ଜେଜେମା
1 min readଚାଷ ଜମିରୁ ଫ୍ୟାସନ ଆଇକନ | ନାତୁଣୀ କରୁଛନ୍ତି ଡିଜାଇନ, ଜେଜେମା କରୁଛନ୍ତି ଫ୍ୟାସନ | ବୟସ ଟପିଲାଣି ୮0 କିନ୍ତୁ ପିନ୍ଧୁଛନ୍ତି ଷ୍ଟାଇଲିସ ଡ୍ରେସ ତାସହ ଓଭରସାଇଜ ଚଷମା ଓ ଜ୍ୟୋଲାରି | ଇନଷ୍ଟାଗ୍ରାମରେ ରହିଛନ୍ତି ଅଙ୍କ ୨.୨୫ ଲକ୍ଷ ଫଲୋର୍ସ |
ମାର୍ଗେରେଟା ଜ୍ଵଲା ଯାହାଙ୍କ ଫଟୋ ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ, ବଡ ବଡ ଚଷମା ସାଙ୍ଗକୁ,ସୁନା ଚେନ , ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ନିଜ ବୟସକୁ ମାତ ଦେଉଛନ୍ତି ଏହି ବୃଦ୍ଧା | ଗ୍ରାମୀଣ ଜାମ୍ବିଆର ଏକ ଜେଜେମା ଏବେ ଷ୍ଟାଇଲ ଆଇକନ ସହ ଇଣ୍ଟରନେଟର ସେନସନ ପାଲଟିଛନ୍ତି | ତାଙ୍କର ଫ୍ୟାସନ ପ୍ରିୟ ନାତୁଣୀର ଆଧୁନିକ ପୋଷାକ ଓ ଅର୍ନାମେଣ୍ଟ ପିନ୍ଧି ସେ ଯେଉଁ ସବୁ ଫଟୋ ଉଠାଉଛନ୍ତି, ତାକୁ ସୋସିଆଲ ମିଡିଆରେ କରୁଛନ୍ତି ପୋଷ୍ଟ | ଯାହାକୁ ଲୋକେ ଦେଖି ଖୁବ ପ୍ରଶଂସା କରୁଛନ୍ତି | ତେବେ ମାର୍ଗେରେଟ ଜ୍ଵଲାଙ୍କୁ ଏବେ ବୟସ ୮0 ଟପିଲାଣି | ତେବେ ଏହି ବୟସରେ ଇନଷ୍ଟାଗ୍ରାମରେ ଲକ୍ଷେ ଲକ୍ଷେ ଲୋକ ଫଲୋ କରୁଛନ୍ତି | ତେବେ ଏହି ଫ୍ୟାସନ କରି ନିଜ ଅନୁଭବ ସମ୍ପର୍କରେ ମାର୍ଗେରେଟ କହିଛନ୍ତି, ଏହିସବୁ ପୋଷାକ କିଣ୍ଡି ମତେ ସମ୍ପୂର୍ଣ ଅଲଗା ଓ ଜୀବନ୍ତ ଲାଗୁଚି | ଏଭଳି କେବେ ମତେ ଲାଗିନଥିଲା | ଜିନ୍ସ ଓ ବିଗ ମୁ କେବେ ଆଗରୁ ପିନ୍ଧିନଥିଲି | ଏଭଳି ପୋଷାକରେ ସାରା ଦୁନିଆ ଜିତିପାରିବି ବୋଲି ମୋ ମନରେ ଆତ୍ମ ବିଶ୍ୱାସ ଆସୁଛି | ତେବେ ତାଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା ଫଟୋକୁ ଅନେକ ଲୋକ ପସନ୍ଦ କରିଛନ୍ତି | ତେବେ ଏହି ସବୁ ଜିନିଷ ଜେଜେମାଙ୍କୁ ତୈଳ ଆଇକନ ବନାଇପାରିଛି | ତାଙ୍କର ଏକ ଝଲକ ପାଇବା ପାଇଁ ଦେଶ ବିଦେଶରୁ ଲୋକ ତାଙ୍କ ପାଖକୁ ଆସୁଛନ୍ତି |
ତେବେ ମାର୍ଗରେଟଙ୍କ ନାତୁଣୀ ଡାଏନା ଜଣେ ଷ୍ଟାଇଲିଷ୍ଟ ହୋଇଥିବା ବେଳେ ନ୍ୟୁୟର୍କରେ ରୁହନ୍ତି | ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଲାଗି ଜାମିଆ ଯାଇଥିବା ବେଳେ ଗତ ବର୍ଷ ତାଙ୍କ ମାନଙ୍କୁ ଏଭଳି ଚିନ୍ତାଧାରା ଆସିଥିଲା | ସେଠାରୁ ଫେରିବା ପରେ ଜେଜେମା ଙ୍କୁ ନିଜର କିଛି ଷ୍ଟାଇଲିଷ୍ଟ ପୋଷାକ ପିନ୍ଧାଇ ଚାଷ ଜମିରେ ପ୍ରଥମେ ଫଟସୁଟ କରିଥିଲେ | ଜେଜେମା ମଧ୍ୟ ନାତୁଣୀର ଏହି ଚିନ୍ତାକୁ ପସନ୍ଦ କରିଥିଲେ | ତେବେ ସେବେ ଠାରୁ ନାତୁଣୀ ଓ ଜେଜେମା ମିଶି ଏପରି ନିଆରା ଯାତ୍ରା ଆରମ୍ଭ କରିଥିଲେ | ତେବେ ଲୋକ ଏହି ପ୍ରଥମ ଫଟୋ କୁ ପସନ୍ଦ କରିବା ସହ ଆହୁରି ଅଧିକ ଫଟୋ ଅପଲୋଡ଼ କରିବାକୁ ଅନୁରୋଧ କରିଥିଲେ |