Pratidin TV

Odisha's Digital News Platform

ପଶ୍ଚାତାପ ପାଇଁ ୩ ଦିନ ଉପବାସ କରି ମହାପ୍ରଭୁଙ୍କୁ କ୍ଷମା ମାଗିଲେ : ସମ୍ବିତ ପାତ୍ର

ଜଗତର ନାଥ ଜଗନ୍ନାଥ ଓ ମୋଦିଙ୍କୁ ନେଇ ଭୁଲ ମନ୍ତବ୍ୟକୁ ନେଇ ଭୁଲ ମନ୍ତବ୍ୟ ଦେବା ପରେ ନିଜ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ସାଂସଦ ବିଜେପି ପାର୍ଥୀ ସମ୍ବିତ ପାତ୍ର | କେବଳ ସେତିକି ନୁହେଁ ସମ୍ବିତ ୩ ଦିନ ପାଇଁ ଉପବାସରେ ରହିବା କଥା ମଧ୍ୟ କହିଛନ୍ତି |

ସମ୍ବିତ କହିଥିଲେ ନରେନ୍ଦ୍ର ମୋଦି ପୁରୀରେ ରୋଡ଼ ଶୋ କରିବା ବେଳେ ଅନେକ ଜନସମାଗମ ହୋଇଥିଲା ଏହି ସମୟରେ ସେ ଭାବି ବିହ୍ଵଳ ହୋଇ ଭୁଲବଶତଃ ଏକ ଉଚ୍ଚାରଣ କରିଥିଲେ | ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ମୋଦି ବୋଲି କହିବା ବଦଳରେ ମୋଦିଙ୍କ ଭକ୍ତ ଶ୍ରୀଜଗନ୍ନାଥ ବୋଲି କହିଦେଇଥିଲେ | ଯାହାକୁ ନେଇ ସୋସିଆଲ ମିଡିଆରେ ସମ୍ବିତଙ୍କୁ ଅନେକ ସାରା ଟ୍ରଲ ମଧ୍ୟ କରାଯାଇଥିଲା | ତେବେ ପୁରୀରେ ରୋଡ଼ ଶୋ ମଧ୍ୟରେ ଜନସମାଗମ ହେତୁ ସେ ଭୁଲରେ ଏପରି କହିଛନ୍ତି ବୋଲି ମାନିଛନ୍ତି |

Leave a Reply

Your email address will not be published. Required fields are marked *