Pratidin TV

Odisha's Digital News Platform

ବାପା ମାଆଙ୍କ ବିବାହରେ ସାକ୍ଷୀ ରହିଲେ ପୁଅ ଝିଅ ..

1 min read

ଚାଲିଛି ମନ୍ତ୍ରପାଠ ଆଉ ହେଉଛି ବାହାଘର । ଆଉ ବାପା ମାଆଙ୍କ ବିବାହର ସାକ୍ଷୀ ରହିଛନ୍ତି ପୁଅ ଝିଅ । ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟ । କାରଣ ଏହା କେମିତି ସମ୍ଭବ ବିବାହ ରେ କେମିତି ସାକ୍ଷୀ ରହିବେ ପୁ୍‌ଅ ଝିଅ । କାରଣ ଏ ବାହାଘର ସମ୍ପୂର୍ଣ୍ଣ ନିଆରା । ବାପା ମାଆଙ୍କୁ କିନଆଁ ଓ ବର ସଜାଇ ଦ୍ୱୀତିୟ ଥର ବିବାହ କରାଉଛନ୍ତି ପୁଅ ଝିଅ । ସୂଚନାନୁଯାୟୀ ଝାରସୁଗୁଡା ରେ ବରିଷ୍ଠ ନାଗରିକ ମାନଙ୍କର ବିବାହ କରାଯାଉଛି ।

ପରିଣତ ବୟସରେ ବାପା ମାଆ ମାନଙ୍କର ବାହାଘର କରାଉଛନ୍ତି ପୁଅଝିଅ । ଝାଡ଼ଖଣ୍ଡ ଶ୍ରୀବାରୀ ସେବାଦଳ ଝାରସୁଗୁଡା ଶାଖା କର୍ମକର୍ତ୍ତା ଙ୍କ ଦ୍ୱାରା କରାଯାଉଛି ଷଷ୍ଠୀ ପୂର୍ତ୍ତିି ଉତ୍ସବ ପାଳନ ।ଝାରସୁଗୁଡା ରେଳବାଇ କଲୋନୀ ରାମମନ୍ଦିର ପରିସରରେ ମନ୍ତ୍ର ଶ୍ଳୋକ ସହ ୫୦ ଦମ୍ପତ୍ତିିଙ୍କ ପୁନର୍ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *