ବାହାଘର ଦିନ ଝିଅର ସୁଧିକ୍ରିୟା କଲେ ବାପା ମା’ …
1 min readଆଳି : ବଞ୍ଚିଥାଉ ଥାଉ ଝିଅର ସୁଧିକର୍ମ କଲେ ବାପା ମା । ଏମିତି କି ଝିଅର ବାପା ମା ପିଣ୍ଡଦାନ କରିବା ସହ ବନ୍ଧୁ ବାନ୍ଧବଙ୍କୁ ଡାକି ଶୁଦ୍ଧିକ୍ରିୟା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ଆଳି ନୂଆବଜ଼ାର ଅଂଚଳର ଶ୍ରୀବାସ୍ତବ ମଳିକଙ୍କ ସହ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ହେଲେ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କଙ୍କୁ ବିରୋଧ କରିଆସୁଥିଲେ।କିନ୍ତୁ ସବୁ ବାଧା ବନ୍ଧନକୁ ତୁଟାଇ ଗତ ସୋମବାର ଦିନ ଉଭୟ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରିଥିଲେ।
ଅନ୍ୟପଟେ ଏହି ବିବାହକୁ ଝିଅପକ୍ଷ ଲୋକେ ପ୍ରତିବାଦ କରିବା ସହ ଝିଅର ଶୁଦ୍ଧିକ୍ରିୟା କରିଥିଲେ।ଏପରିକି ନିଜ ଘର ସାମ୍ମନାରେ ଝିଅର ଫଟୋ ରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏହି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।