ରଜରେ ସଂକ୍ରାନ୍ତିରେ ବିଭତ୍ସ ହତ୍ୟାକାଣ୍ଡ : ବଡ ବାପା ଓ ଭାଇକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା
1 min readଜଳେଶ୍ୱର : ରଜ ସଂକ୍ରାନ୍ତିରେ ରକ୍ତରେ ଭିଜିଲା ରକ୍ତ ସର୍ମ୍ପକ । ସର୍ମ୍ପକ ଭୁଲିଲା ପୁତୁରା । କଥାକଟାକଟିକୁ କେନ୍ଦ୍ର କରି ଅନ୍ଧାର ରାତିରେ ଭଡାଟିଆ ଗୁଣ୍ଡା ସହ ମିଶି ହାଣିଦେଲା ବଡ ବାପା ଓ ଭାଇକୁ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା କବାଟଘାଟି ଗ୍ରାମ ରେ ଘଟିଛି ।
ମୃତକ ଦ୍ୱୟହେଲେ ସରଦାରବନ୍ଦ ପଞ୍ଚାୟତ ର ବଡଟିକାୟତ ପୁର ଗାଁର ହାରା ବିନ୍ଧାଣି ଓ ପୁଅ କ୍ରିଷ୍ଣା ବିନ୍ଧାଣି । ରଜ ଛୁଟିରେ ହାରା ବିନ୍ଧାଣି ଘରକୁ ଆସିଥିବାବେଳେ ନିଜ ପୁତୁରା ସହ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଏହାରି ରାଗରେ ପୁତୁରା ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ଗଣ୍ଡଗୋଳ ସମୟରେ ଅଟକେଇବାକୁ ଯାଇ ସ୍ଥାନୀୟ ହାଡୁ ସିଂ ଗୁରୁତ୍ବର ହୋଇ ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ସୁଚନା । ଘଟଣାର ଛାନ ଭିନ ଆରମ୍ଭ କରିଛି ରାଇବଣିଆ ପୋଲିସ ।