Pratidin TV

Odisha's Digital News Platform

ବାପ କାନ୍ଧରେ ଉଠିଲା ପୁଅର କୋକେଇ ; ସାମାନ୍ୟ ଗୋଡ ବିନ୍ଧା ପାଲଟିଗଲା ମୃତ୍ୟୁର କାରଣ ….

1 min read

ଭଦ୍ରକ ; ପୁଅ ଆଉ ଅଝଟ କରିବ ନାହିଁ କି, ଅଳି ଅର୍ଦଳି ଲଗାଇବ ନାହିଁ। ବାପ -ମା ପୁଅ ଜନ୍ମ କରିଥାନ୍ତ ବୃଦ୍ଧା ଅବସ୍ଥାରେ ଟିକେ ସହାୟ ହେବା ପାଇଁ। ଆଉ ଶେଷ ସମୟରେ ମୃତ୍ୟ ହେଲେ କୋକେଇ ବନ୍ଧା ଶବକୁ କାନ୍ଧରେ ମଶାଣୀକୁ ନେଇ ଜୁଇରେ ଟିକେ ନିଆଁ ଦେବା ପାଇଁ। ହେଲେ ଏଠି ଓଲଟା ଘଟଣା ଘଟିଛି। ବାପ ର କାନ୍ଧରେ ମଶାଣୀକୁ ଯାଉଛି ପୁଅ ର ଶବ। ଆଉ ଜୁଇରେ ଲଗାଉଛି ନିଆଁ। କାନ୍ଦ ବୋବାଳିରେ ଫାଟିପଡୁଛି ପୁରା ଗାଁ ଦାଣ୍ଡ। ଅଚେତ୍ ହୋଇଯାଉଛନ୍ତି ମା ଭଉଣୀ । ହସିବା. ଖେଳିବା ବୁଲିବା ବୟସରେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲା ଏକମାତ୍ର ପୁଅ ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ବାପା ଅଜୟ ସଡଙ୍ଗୀ ମା ଅନୁସାୟା ଷଡଙ୍ଗୀଙ୍କ ଏକ ମାତ୍ର ୧୭ ବର୍ଷୀଅ ପୁଅ ଅଭିଜିତ ଷଡଙ୍ଗୀଙ୍କ ବୋର୍ଣ୍ଣ କ୍ୟାନ୍ସରର ମୃତ୍ୟୁ ହୋଇଛି। +୨ ରେ ପାଠ ପଢ଼ୁଥିବା ଅଭିଜିତର ଅଚାନକ ଗୋଡ଼ ବିନ୍ଧିବା ଆରମ୍ଭ ହୋଇଥିଲା। ପ୍ରଥମେ ଧାମନଗର ପରେ ଭଦ୍ରକ ଓ କଟକ ମେଡିକାଲ ନେବା ପରେ ଜଣାପଡିଥିଲା ପୁଅକୁ ବୋର୍ଣ୍ଣ କ୍ୟାନ୍ସର ହୋଇଛି। ଆଉ ତାପରେ ଚଡକ ପଡିଥିଲା ପୁରା ପରିବାର ଉପରେ। ବାପା ଡ୍ରାଇଭିଂ କରି ଯାହା ଇନକମ କରୁଥିଲେ ସେଥିରେ ୪ପ୍ରାଣୀ ଚଳୁଥିଲା।

Advertisement

ପୁଅକୁ କ୍ୟାନ୍ସର ହେବା କଥା ଶୁଣି ବାପା ମା ମାଗଣ ଯାଚଣ କରି ଚିକିତ୍ସା କରାଉଥିଲେ। ଶେଷରେ ଆଜି ଅଭିଜିତ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି । ଅଭିଜିତଙ୍କ ମୃତ୍ୟୁରେ ଗାଁରେ ଖେଳିଯାଇଛି ଶୋକର ସାଗର । ପୁରା ଗାଁ ସ୍ୱବ୍ଧ । ଶୁଖୁନି ଗ୍ରାବାସୀଙ୍କ ଆଖିରୁ ଲୁହ କି ଜଳୁନି କାହା ଘର ଚୁଲି। ମାତ୍ର ୧୭ ବର୍ଷରେ ଜୀବନକୁ ଭଲ କରି ଜାଣି ନଥିବା ଅଭିଜିତ୍ ଆଜି ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି । ଆମେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରିବୁ ଯେ ଅଭିଜିତଙ୍କ ଆତ୍ମା ଶାନ୍ତି ପାଉ ଏବଂ ତାଙ୍କ ପରିବାରକୁ ମୃତ୍ୟୁର ସତ୍ୟତାକୁ ବରଦାସ୍ତ କରିବାର ଶକ୍ତି ମିଳୁ ।

Leave a Reply

Your email address will not be published. Required fields are marked *