ବାପାଙ୍କୁ ସୁସ୍ଥ କରିବାକୁ ହସ୍ପିଟାଲ ଯାଇଥିଲେ ହେଲେ ଶବ ହୋଇ ଫେରିଲେ ବାପା ପୁଅ ୨ ଜଣ
1 min readସୁବର୍ଣ୍ଣପୁର : ଶ୍ମସାନରେ ଜଳୁଛି ଜୁଇ । ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ । ତାହାପୁଣି ବାପ ପୁଆଦୁହିଁଙ୍କର। ମୃତ କ ଦ୍ୱୟ ହେଲେ ଆଦି ସା’ ଓ ତାଙ୍କ ପୁଅ ଆର୍ତତ୍ରାଣ ସା।
ଗତକାଲି ବାପା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ନେଇ ଯାଇଥିଲେ ପୁଅ ଆର୍ତତ୍ରାଣ । ହେଲେ ବିଧିର ବିଧାନ ଏତେ ଯେ ନିଷ୍ଠୁର ତାହା ବେଳେ ବେଳେ ବିଶ୍ୱାସ ହୁଏ ନାହିଁ । ଅସୁସ୍ଥ ବାପାକୁ ହସ୍ପିଟାଲ ନେଇଯାଇଥିବା ସୁସ୍ଥ ପୁଅ ଶେଷକୁ ବାପାଙ୍କ ସହ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ଦୁଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଚଂଳ ପରିଷଦରୁ ।
ବାପା ଆଦିଙ୍କ ଦେହ ଭଲ ନଥିବାରୁ ପୁଅ ବାପାଙ୍କୁ ନେଇ ବଳାଙ୍ଗିର ମେଡିକାଲକୁ ଯାଇଥିଲେ । ସେଠାରେ ବାପାଙ୍କୁ ବେଡକୁ ନେଇ ଯାଉଥିବା ବେଳେ ପୁଅ ଆର୍ତତ୍ରାଣ ଭଲ ଲାଗୁନି ବୋଲି କହିଥିଲେ ଓ ସେଠାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ଏହି ଘଟଣା କୁ ଦେଖି ବାପା ଆଦିଙ୍କ ମଧ୍ୟ ସେଠାରେ ପ୍ରାଣବାୟୁ ଉଡିଯାଇଥିଲା । ଏହିପରି ଏକ ଦୁଖଦ ଘଟଣା ପାଇଁ ତରଭା ଅଚଂଳରେ ଶୋକର ଛାୟା ଖେଳିଯାଇଛି । ଆଜି ଉଭୟ ବାପପୁଅଙ୍କ ଜୁଇ ତରଭା ଏନ୍ଏସି ଶ୍ମଶାନରେ ଜଳିଥିଲା।