Pratidin TV

Odisha's Digital News Platform

(ଭିଡିଓ)ଅଧା ରହିଗଲା କନ୍ୟାଦାନ ସ୍ୱପ୍ନ ; ଝିଅର ନିର୍ବନ୍ଧ ସାରି ଟଳି ପଡ଼ିଲେ ବାପା ..

କେନ୍ଦ୍ରାପଡା : ଘରେ ଖୁସିରେ ସମସ୍ତେ ବେସ୍ତ ଥିଲେ । ଝିଅ ବାହାଘର ଠିକ୍ ହୋଇଯାଇଛି, ଆଜି ନିର୍ବନ୍ଧ ହେଉଛି । ଶୁଭଦିନ ଦେଖି ବାହାଘର ହେବ । ଏହି ଖୁସିରେ ଯେମିତି କିଏ ନଜର ଲଗାଇ ଦେଲା । ନିର୍ବନ୍ଧ ସରିବା ମାତ୍ରକେ ଟଳି ପଡିଲେ କନ୍ୟାର ବାପା । ଖୂସିର ମାହୋଲରେ ଘେରିଗଲା ଦୁଃଖର କଳା ବାଦଲ୍ । ଅଧାରେ ରହିଗଲା ବାପାର କନ୍ୟାଦାନ ସ୍ୱପ୍ନ ।ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି,କେନ୍ଦ୍ରାପଡା ଜିଲ୍ଲା ଜୟକୃଷ୍ଣ ପୁର ଗାଆଁରେ ।

ହାତରେ ମେହେନ୍ଦି, କାନ୍ଥରେ ଝୋଟି । ଘର ଭିତରେ ଖୁସୀର ଲହରୀ ଅଲିଅଳି ଝିଅ ବାହାହେବ । ଘର ଦୁଆରେ ସହାନାଇ ବାଜିବ, ବନ୍ଧୁ ବର୍ଗ ଆସିବେ , ଝିଅ କୁ କେତେ ସଜେଇବେ । ଏମିତି କେତେ କଣ ଭାବିଥିଲେ ବାପା । ଅଭାବ ଭିତରେ ସଂସାର କୁ ଚଳାଉଥିବା ବେଳେ କେବେ ଥକି ପଡ଼ି ନ ଥିଲେ, ବାପା । ଝିଅ ବାହାଦେବେ ବୋଲି ବର୍ଷେ ହେଲାଣି ଗୋଟିଏ ଗୋଟିଏ ଜିନିଷ କିଣି ଚାଲିଛନ୍ତି । ଝିଅର ଯେମିତି କେଉଁଥିରେ ଅଭାବ ରହିବନି । ଶାଶୁ ଘରେ ଯେମିତି ଝିଅକୁ କିଛି କହିବେ ନାହିଁ, ସେଥିପାଇଁ ଝିଅକୁ ସଂସ୍କାର ଶିଖାଉଥିଲେ, ଝିଅକୁ ସବୁବେଳେ ବୁଝାଇଛନ୍ତି,ଆଜି କିନ୍ତୁ ନିଘୋଡ଼ ନିଦରେ ଶୋଇ ପଡିଛନ୍ତି ବାପା।

ଯେଉଁ ଘର ଦୁଆର ମୁହଁରୁ ସବାରି ଉଠିବା କଥା ସେଠୁ କୋକେଇ ଯାଉଛି । ଯେଉଁଠି ସବାରୀ ରେ ଝିଅ ବିଦା ହେବା କଥା,,ଆଜି ସେହି ଘର ଦୁଆରୁ ବାପାର ଶବ ଯାଉଛି । ଯେଉଁଠି ସାହା ନାଇର ସୋର୍ ଶୁଭିବା କଥା, ସେହି ଦୁଆର ମୁହଁରେ ରାମ୍ ନାମ ସତ୍ୟା ହେ ସୁଭୁଛି ।

କେନ୍ଦ୍ରାପଡା ଜିଲ୍ଲା ଚାରିଗା ପଞ୍ଚାୟତ ଅନ୍ତର୍ଗତ ଜୟକୃଷ୍ଣ ପୁର ଗ୍ରାମର ରମେଶ ବାରିକ ତାଙ୍କ ଝିଅ ବାହାଘର ପାଇ ନିର୍ବନ୍ଧ କରୁଥିଲେ । ଗାଁ ପାଖ ସାତ ଭଉଣୀ ଠାକୁରାଣୀ ଙ୍କ ପୀଠରେ ନିର୍ବନ୍ଧ ଚାଲିଥିଲା । ବନ୍ଧୁ ବାନ୍ଧବ ଓ ଭଦ୍ରଲୋକ ଉପସ୍ଥିତି ଥିଲେ । ଆନନ୍ଦରେ ସମସ୍ତେ ଖାଇଲେ, ବାହାଘର ତାରିଖ ସ୍ତିର ହେଲା, ଖୁସିରେ ସମସ୍ତ ଙ୍କୁ ବିଦା କରିବା ବେଳେ ହଠାତ୍ ରମେଶ ବାବୁ ତଳେ ପଡ଼ିଗଲା । ବାରମ୍ବାର ଖରାରେ ଏପଟ ସେପଟ ହେଉଥିଲେ, ଏଣୁ ଚେତା ବୁଡିଯାଇଥିବ ଭାବି ଲୋକେ ପାଣି ଢାଳିଲେ ଚେତା ନ ଫେରିବାରୁ ତୁରନ୍ତ ତାଙ୍କୁ ଇନ୍ଦୁପୁର ହସ୍ପିଟାଲ ନେଇଯାଇଥିଲେ । ସେଠାରୁ ଡାକ୍ତର ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେତେବେଳକୁ ଯେ ରମେଶ ବାବୁ ସବୁଦିନ ପାଇଁ ସଂସାର ପରିବାରକୁ ପର କରି ଚାଲିଯାଇଥିଲେ ଏକଥା କାହାକୁ ଭଲକ ବି ଲାଗିନଥିଲା । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରମେଶ ବାରିକ ଙ୍କର୍ ଦୁଇ ପୁଅ ଗୋଟିଏ ଝିଅ, ଅଲିଅଳି ଝିଅର ବାହାଘର ଧୁମ୍ ଧାମ ରେ କରିବେ ବୋଲି କାହିଁ କେଉଁ କାଳରୁ ସ୍ୱପ୍ନ ଦେଖିଆସୁଥିଲେ କିନ୍ତୁ ଗତକାଲି ତାଙ୍କର ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଯେଉ ଝିଅ ଘରୁ ବିଦାୟ ନେବା ବେଳେ ବାପା କୁ ଧରି ବହୁନି କାନ୍ଦି ଥାନ୍ତା । ଆଜି ସେହି ଝିଅ ବାପାର ଶବ ପାଖରେ ଛାତି ଫଟା କାନ୍ଦ କାନ୍ଦୁଛି । କାହାରି ଧର୍ଯ୍ୟ ରହୁନାହିଁ ।

Leave a Reply

Your email address will not be published. Required fields are marked *