Pratidin TV

Odisha's Digital News Platform

ସୁଧ ଟଙ୍କା ପାଇଁ ରାତିରେ ଘରେ ପଶି ଶଶୁର,ବୋହୁଙ୍କୁ ଖଣ୍ଡାରେ ହାଣିଲେ

ରାଜଧାନୀରେ ଅପରାଧ ବଢ଼ିବାରେ ଲାଗିଛି | ରାତିରେ ଘରେ ପଶି ଶ୍ୱଶୁର, ବୋହୁଙ୍କୁ ଖଣ୍ଡାରେ କଲେ ଆକ୍ରମଣ | ଏପରି ଘଟଣା ମଞ୍ଚେଶ୍ୱର ଥାନା ପଦ୍ମ କେଶରୀପୁର ଘଟାଇଥିବାର ଶସୁଚନା ମିଳିଛି | ଖଣ୍ଡା ଆକ୍ରମଣରେ ଶ୍ୱଶୁର, ବୋହୁଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲଲରେ ଭର୍ତ୍ତି କରାଯାଇଛି | ଆକ୍ରମଣର ଶିକାର ହୋଇଥିବା ଶ୍ୱଶୁର ସନାତନ ଦାସ ଏବଂ ତାଙ୍କ ବୋହୁ ନିରୁପମା ଦାସ |

ତେବେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏପରି ଗଘାତଣା ଘଟାଇଥିବାର ସୁଚନା ମିଳିଛି | ସନାତନ ମହାଜନ କାରବାର କରୁଥିବା ବାବୁଲା ଦାସ ଠାରୁ ସୁଧ ନେଇଥିଲେ | ତେଣୁ ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ। ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ। ଏହାପରେ ବାବୁଲା ଏବଂ ସନାତନ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ପରେ ବାବୁଲା ଏବଂ ତାଙ୍କ ସସହଯୋଗୀ ଖଣ୍ଡାରେ ଆକ୍ରମଣ କକାରୀଥିଲେ | ଏହାକୁ ରୋକିବାକୁ ଆସିଲା ବିବେଳକୁ ବୋହୂକୁ ମଧ୍ୟ ସସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ | ଆକ୍ରମଣ ପରେ କାଚ ଭାଙ୍ଗି , ବୋମାମାଡ କରି ସେଠାରୁ ଦୁର୍ଦାନ୍ତ ଗୋଷ୍ଠୀ ଦଳ ପଳାଇଥିଲେ | ଏହାକୁ ନେଇ ଗାଁ ଲୋକେ କରିଛନ୍ତ୍ତି ଉତ୍ତେଜନା | ପୋଲିସ ପହଞ୍ଚି ଶାନ୍ତ କରିବାକୁ ଚେଷ୍ଟା କରିଥିଲା |

Leave a Reply

Your email address will not be published. Required fields are marked *