Pratidin TV

Odisha's Digital News Platform

ଗର୍ଭବତୀ ବୋହୁକୁ ମାଡ଼ ମାରି ଲହୁଲୁହାଣ କଲା ଶଶୁର …

1 min read

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାର୍ଲାଡ଼ ପଞ୍ଚାୟତ ଵାଲପଦର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମେ ଜଣେ ଶ୍ୱଶୁର ନିଜ ଗର୍ଭବତୀ ବୋହୁକୁ ମାଡ଼ ମାରି ଲହୁଲୁହାଣ କରିବା ଆଲୋଡନ ସୃଷ୍ଟି କରିଛି । ଏନେଇ ଟିଟିଲାଗଡ଼ ଥାନାରେ ପୀଡିତା ବୋହୁ ଲିଖିତ ଅଭିଯୋଗ କରିଛି । ଅଭିଯୋଗରୁ ପ୍ରକାଶ ଯେ ୨୦୧୯ ଡିସେମ୍ବର ୮ ତାରିଖରେ ସୁକୁନାଭଟା ଗ୍ରାମର ଯାଦବ ରଣାଙ୍କ ଝିଅ ଯଶୋବନ୍ତି ଵାଲପଦର ଗ୍ରାମର ବୈଚନ୍ଦ୍ର ରଣାଙ୍କ ପୁଅ ସୁରେନ୍ଦ୍ର ରଣାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ ।

ତେବେ ବିବାହ ପୂର୍ବରୁ ଓ ବିବାହ ପରଠାରୁ ଶାଶୁ ଶ୍ୱଶୁର ଅଧିକ ଜୌତୁକ ଦାବି କରିଆସୁଛନ୍ତି । ଗାଡି, ସୁନା ଯାହା ସମ୍ବଳ ହେଲା ଯଶୋବନ୍ତିଙ୍କ ପିତା ଯୌତୁକ ଦେଇଥିଲେ । ହେଲେ ବିବାହ ପରେ ଅଧିକ ଜୌତୁକ ଦାବି କରି ଶାଶୁ ଶ୍ୱଶୁର ଗାଳିଗୁଲଜ କରି ଆସୁଥିଲେ । ଶାଶୁ ମାଡ଼ ମାରୁଥିଲେ,ନିର୍ଯ୍ୟାତନା ସହି ନପାରି ଅନେକ ଥର ନିଜ ବାପଘରକୁ ଚାଲି ଯାଉଥିଲେ ଯଶୋବନ୍ତି । ବର୍ତମାନ ୫ ମାସର ଗର୍ଭବତୀ ଅଛନ୍ତି ଯଶୋବନ୍ତି । ଏଭଳି ସ୍ଥିତିରେ ମଧ୍ୟ ଆଜି ସକାଳ ପ୍ରାୟ ୮ ଟାରେ ନିଜ ତିନି ବର୍ଷର ଝିଅକୁ ଧରି ଛିଡା ହୋଇଥିବା ଯଶୋବନ୍ତିଙ୍କୁ ଶ୍ୱଶୁର ବୈଚନ୍ଦ୍ର ମୁହଁରେ ଏକ ମୁଥ ମାରିବା ନେଇ ତାଙ୍କ ମୁହଁ ଫାଟି ଲହୁଲୁହାଣ ହୋଇଛନ୍ତି ।

Advertisement

ମାଡ଼ ଯୋଗୁ ଯଶୋବନ୍ତି ଘର କାନ୍ଥରେ ପିଟି ହୋଇ ଯିବାରୁ ସେ ଧରିଥିବା ଝିଅର ଆଖି ପାଖରେ ଆଘାତ ହୋଇଛି । ଏନେଇ ପାଖ ଘଋକୁ ଯାଇ ନିଜ ବାପାଙ୍କୁ ଯଶୋବନ୍ତି ଫୋନ କରି ଶ୍ୱଶୁର ମାଡ଼ ମାରିଥିବା ଜଣାଇଥିଲେ । ଖବର ପାଇ ତାଙ୍କ ବାପା ଏବଂ ଗାଁଲୋକେ ଯଶୋବନ୍ତିଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ଆସି ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଯଶୋବନ୍ତି ନିଜ ଶ୍ୱଶୁର ଏବଂ ଶାଶୁର ଗାଳିଗୁଲଜ ସହି ଆସୁଥିଲା । ତେବେ ଏଥର ମାରିବାକୁ ଉଦ୍ୟମ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଯଶୋବନ୍ତିର ବାପା ଯାଦବ କହିଛନ୍ତି । ଘଟଣା ନେଇ ଏକ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ମନୋଜ ପଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *