Pratidin TV

Odisha's Digital News Platform

ଝିଅକୁ ମାରି ପୋଡିଦେବା ଘଟଣା : ବାପାଙ୍କ ସହ ବନ୍ଧା ହେଲେ ଆଉ ୩ ସହଯୋଗକାରୀ ..

ଗୋପ : ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲି ହତ୍ୟା ମାମଲାକୁ ନେଇ ଏ ଯାଏ ସସ୍ପେନ୍ସ ଦୂର ହୋଇନି। ମୋନାଲିକୁ ମାରି ପୋଡ଼ିବା ଘଟଣାରେ ପୁଲିସ୍ ତାଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ବାନ୍ଧିଛି। ଏହି ଘଟଣାରେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଶାଳକ ସମ୍ପୃକ୍ତ ଥିବା ମୃତା ମୋନାଲିଙ୍କ ବଡ଼ ଭଉଣୀ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପତ୍ତା ପାଉନି ପୁଲିସ୍। ହେଲେ ମୋନାଲିଙ୍କ ମୃତଦେହ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ପଡ଼ୋଶୀଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ତାଙ୍କୁ ମଧ୍ୟ ଗିରଫ୍ କରିଛି ପୋଲିସ । ଦାହ ସଂସ୍କାରରେ ସହେଯାଗ କରିବା ଅଭିଯୋଗରେ ପୋଲିସ ୩ ମାଲଭାଇଙ୍କୁ ଗିରଫ୍ କରିଥିଲା ।  ଏମାନେ ଯୁବତୀଙ୍କ ୨ ଦାଦା ଓ ସମ୍ପର୍କୀୟ ଜେଜେ ବୋଲି ଜଣାପଡିଛି । 

ମୃତକଙ୍କ ବଡ଼ଭଉଣୀ ଅର୍ଥାତ୍ ଦୁର୍ଗାଚରଣଙ୍କ ବଡ଼ଝିଅ ରଞ୍ଜିତା ମହାରଣାଙ୍କ ଅଭିଯୋଗ ଅନୁସାରେ, ୨୦୧୮ ମସିହାରେ ତାଙ୍କ ମା’ଙ୍କ ମୃତ୍ୟୁପରେ ସେ ଗାଁ ଛାଡ଼ି ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ । ୨୦୨୦ ମସିହାରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ । ଏହାପରେ ତାଙ୍କ ଭଉଣୀ ସୋନାଲି ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା । ପୂର୍ବରୁ ଅନେକଥର ସୋନାଲି ତାଙ୍କୁ ବାପା, ସାବତ ମାଆ ମମତା ଓଝା ଓ ତାଙ୍କର ଭାଇ ମାନସିକ ଓ ଶାରୀରିକ ନିର୍ଯ୍ୟତନା ଦେଉଥିବା କହିଥିଲେ । ସେ ବି ବାରମ୍ବାର ଘରକୁ ଆସି ସମାଧାନ କରିବା ସହିତ ନିଜ ରୋଜଗାର ଅର୍ଥରେ ଭଉଣୀକୁ ନିଜ ଗୋପ କଲେଜରେ +୩ ରେ ପାଠ ପଢ଼ାଉଥିଲେ ।

ତେବେ ଘଟଣାଟି ଏପରିକି ମୃତ୍ୟୁ ପୂର୍ବରୁ ମୋନାଲି ସବୁବେଳେ ଫୋନରେ ବଡ ଭଉଣୀଙ୍କୁ ତାଙ୍କ ପ୍ରତି ହେଉଥିବା ଅତ୍ୟଚାର ବିଷୟରେ ଜଣାଉଥିଲେ । କିନ୍ତୁ ବଡ ଭଉନୀ ରଞ୍ଜିତା ଏହାକୁ ଏତେ ଗୁରୁତର ସହ ନେଇନଥିଲେ । ବରଂ ଭଉଣୀକୁ ପାଠ ପଢିବାକୁ କହି ବୁଝାଇଥିଲେ । ଯେ ତୋ ପାଠପଢା ସିଗଲା ପରେ ତୁ ମଧ୍ୟ ମୋ ପାଖକୁ କୋଲକାତା ପଳାଇଆସିବୁ ।ଏସବୁ ଶୁଣି ସୋନାଲି ମଧ୍ୟ ବଡ ଭଉନୀ କଥାରେ ହଁ ଭରିଥିଲା । କିନ୍ତୁ ବିଧିର ବିଧାନ ବୋଧେ ସୋନାଲିଙ୍କ ପାଇଁ କିଛି ଅଲଗା ଥିଲା । ଗତ ୭ ତାରିଖ ରାତିରେ ମୋନାଲିଙ୍କୁ ସାବତ ମା’ ମମତା ଓ ତାଙ୍କ ଭାଇ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ମୃତଦେହକୁ ପୋଡ଼ିବା ପରେ ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇ ଦେଇଥିଲେ। ଏ ସମ୍ପର୍କରେ ରଞ୍ଜିତାଙ୍କୁ ଗାଁ ଲୋକେ ଫୋନ୍ରେରେ ଜଣାଇବା ପରେ କୋଲକାତାରୁ ଘରକୁ ଆସି ସାନ ଭଉଣୀଙ୍କୁ ସେ ଖୋଜାଖୋଜି କରିଥିଲେ। ପରେ ମଶାଣିକୁ ଯାଇ ଦେଖିଲା ବେଳକୁ ମଶାଣିକୁ ଧୁଆ ହୋଇଯାଇଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *