Pratidin TV

Odisha's Digital News Platform

ଚାହୁଁଥିଲେ ଝିଅ ହେଲେ ଜନ୍ମହେଲା ପୁଅ , ରାଗରେ ତଣ୍ଟିଚିପି ଦେଲା ନୃଶଂସ ବାପା…..

1 min read

ମଧ୍ୟପ୍ରଦେଶ ; ନିକଟରେ ଅନେକ ନବଜାତ ଶିଶୁକନ୍ୟା ହତ୍ୟା ଘଟଣା କିମ୍ବା ଫିଙ୍ଗିଦିଆଯିବା ଘଟଣା ଶୁଣିଥିବେ । କିନ୍ତୁ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଜି ଯାହା ପୁରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । କାରଣ ପୂର୍ବରୁ ସମାଜରେ ଏଭଳି ଘଟଣା କେବେ ସାମ୍ନାକୁ ଆସିନାହିଁ । ଝିଅ ଜନ୍ମ ହେବ ବୋଲି ଆଶା କରିଥିଲେ ବାପା କିନ୍ତୁ ଜନ୍ମ ହେଲା ପୁଅ । ସେଥିପାଇଁ ରାଗରେ ପୁଅ ତଣ୍ଟିଚିପି ହତ୍ୟା କରିଦେଲା ନୃଶଂସ ବାପା ।

ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୨ ଦିନର ନବଜାତ ପୁତ୍ରକୁ ହତ୍ୟା କରିଛି । ଏହି ବ୍ୟକ୍ତିଙ୍କର ପୂର୍ବରୁ ଦୁଇ ପୁଅ ଅଛନ୍ତି, ଯାହାର ବୟସ ୫ ଏବଂ ୭ ।

Advertisement

ଯେତେବେଳେ ତାଙ୍କ ପତ୍ନୀ ତୃତୀୟ ଥର ଗର୍ଭବତୀ ହେଲେ, ସେ ଏକ ଝିଅ ଆଶା କରିଥିଲେ ଆଉ ଝିଅ ଜନ୍ମା ହେବା ପାଇଁ ଅନେକ ମାନସିକ ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଶିଶୁପୁତ୍ର ଜନ୍ମ ନେବାରୁ ଅଭିଯୁକ୍ତ ବାପା ନିରାଶ ହୋଇ ଏଭଳି ପଦକ୍ଷେପ ଉଠାଇଥିଲା ।

Leave a Reply

Your email address will not be published. Required fields are marked *