Pratidin TV

Odisha's Digital News Platform

ପୁଅକୁ କଚାଡି ମାରିଲା କଂସେଇ ବାପା

ବରଗଡ ; ଯେଉଁ ହାତ ଧରି ବାପା ପୁଅକୁ ବାଟ ଚଳେଇବା ଶିଖାଏ , ଗେହ୍ଲା କରି ପୁଅକୁ କାନ୍ଧରେ ବସାଇ ଚାରିଆଡେ ବୁଲାଏ ଆଜି ସେଇ ବାପା ନିଜ ହାତରେ କଚାଡି ମାରିଛି ପୁଅକୁ । ଏଭଳି ଏକ ବିଭତ୍ସ ଘଟଣା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି । ନିଜ ପୁଅକୁ କଚାଡି ମାରିଛି କଂସେଇ ବାପା ।

ପ୍ରାପ୍ତ ସୂଚନା ଅନୁଯାୟୀ ଚେରଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୁଏ ପିତା – ମାଲୁ ଭୁଏ ଗତ ରାତିରେ ଅତ୍ୟଧିକ ମାତ୍ରାରେ ମଦ ପିଇ ଘରକୁ ଆସିଥିଲେ । କୌଣସି କାରଣ ବଶତଃ ଘରେ ପାଟିତୁଣ୍ଡ ହେବା ସହ ଅତ୍ୟଧିକ ରାଗିଯାଇ ନିଜ ପାଞ୍ଚ ମାସର ପୁଅକୁ ତଳେ କଚାଡି ଦେଇଥିଲେ । ତାଙ୍କ ଘର ଲୋକ ସଙ୍ଗେ ସଙ୍ଗେ ପୁଅକୁ ପଦ୍ମପୁର ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନେଉଥିବା ସମୟରେ ରାସ୍ତାରେ କଅଁଳ ଶିଶୁର ଜୀବନ ଚାଲିଯାଇଥିଲା । ବର୍ତ୍ତମାନ ସମୟରେ ହେମନ୍ତ କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ବୋଲି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *