Pratidin TV

Odisha's Digital News Platform

କୋର୍ଟରେ ବାପାଙ୍କୁ କରାଯାଇଥିଲା ନିର୍ମମ ହତ୍ୟା ; ଝିଅ ନେଲେ ପତିଜ୍ଞା ବନିଲେ DSP

1 min read

ଉତ୍ତରପ୍ରଦେଶ : କୋର୍ଟରେ ହତ୍ୟାର ଶିକାର ହୋଇଥିଲେ ବାପା । ଏବେ ଝିଅ ବନିଲେ ଡିଏସପି । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବେ ଡିଏସପି ଝିଅ । କାହିଁକି ହୋଇଥିଲା କୋର୍ଟରେ ମର୍ଡର । ଏଭଳି ଆଉ କାହା ସହ ନକରେଇଦେବା ପାଇଁ ପ୍ରତିଜ୍ଞା ନେଇଛନ୍ତି ଝିଅ ଆୟୁଷୀ । ବାପାଙ୍କ ହତ୍ୟା ପରେ ନେଇଥିଲେ ସଂକଳ୍ପ । ଫଳ ବାହାରିବା ପରେ ହେଲା ସ୍ୱପ୍ନ , ଆଶା ଓ ଆକାକ୍ଷାଂ ପୂରଣ । କମ୍ ବୟସରୁ ବାପା ହରାଇଥିବା ଝିଅ ବନିଲେ ଡିଏସପି ମ୍ୟାଡାମ୍ । ଚାଲନ୍ତୁ ଜାଣିବା ଆୟୁଷିଙ୍କ ସଂକଳ୍ପରୁ ମିଳିଥିବା ସଫଳତା ପଛର କାରଣ ।

ଉତ୍ତର ପ୍ରଦେଶରେ ଜଣେ ଝିଅ ବାପାଙ୍କ ହତ୍ୟା ପରେ ନେଇଥିବା ସଂକଳ୍ପକୁ ପୂରଣ ପାଇଁ ଉଦ୍ୟମ କରିଥିଲେ। ଆଉ ସେହି ସଂକଳ୍ପ ତାଙ୍କୁ ସିଦ୍ଧି ପ୍ରଦାନ କରିଛି। ଉତ୍ତର ପ୍ରଦେଶ ରାଜ୍ୟ ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ପରୀକ୍ଷାରେ ୬୨ତମ ର୍ୟାଙ୍କରେ ରହିବା ସହିତ ଡିଏସ୍ପି ଚାକିରି ପାଇଛନ୍ତି। ସୂଚନା ଅନୁଯାୟୀ ମୋରଦାବାଦର ଝିଅ ଆୟୁଷୀ ସିଂହ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ୨୦୧୫ ମସିହାରେ ତାଙ୍କ ବାପା ଯୋଗେନ୍ଦ୍ର ସିଂହଙ୍କୁ କୋର୍ଟ ରୁମ୍ରେ ହତ୍ୟା କରାଯାଇଥିଲା। ସେ କୋର୍ଟରେ ଶୁଣାଣି ପାଇଁ ହାଜର ହୋଇଥିଲେ। ଦ୍ବିତୀୟ ଥରରେ ଆୟୁଷୀ ୟୁପିପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କ ବାପା ଯୋଗେନ୍ଦ୍ର ଏକ ହତ୍ୟା ମାମଲାରେ ପୁତୁରା ରିଙ୍କୁ ସିଂହ ସହିତ ମୋରଦାବାଦ ଜେଲରେ ଥିଲେ। କିନ୍ତୁ ୨୦୧୫ରେ ତାଙ୍କୁ କୋର୍ଟରେ ହାଜର କରାଯିବା ସମୟରେ ରିଙ୍କୁର ଭାଇ ସୁମିତ ଗୁଳିକରି ହତ୍ୟା କରିଥିଲେ। ବାପାଙ୍କ ହତ୍ୟା ପରେ ସେ ଜଣେ ଉଚ୍ଚପଦସ୍ତ ଅଧିକାରୀ ହେବାର ସଂକଳ୍ପ ନେଇଥିଲେ। ଏଭଳି ଅପରାଧକୁ ରୋକିବା ପାଇଁ ଆୟୁଷୀ ଏ ପ୍ରକାର ସଂକଳ୍ପ ନେଇଥିଲେ।

Advertisement

ପୁଲିସ ପ୍ରଶାସନରେ ବ୍ୟାପକ ବିଫଳତା ଦେଖିଥିଲି। ତେଣୁ ପୁଲିସ ପ୍ରଶାସନରେ ଯୋଗଦେଇ କିଛି ଅବଦାନ ରଖିବା ଲାଗି ଚାହିଥିଲି ବୋଲି ଆୟୁଷୀ କହିଛନ୍ତି। ତାଙ୍କ ପରିବାରରେ ଏବେ ମା’ ପୁନମଙ୍କ ସମେତ ଆଇଆଇଟି ଦିଲ୍ଲୀରେ ଏମ୍ଟେକ୍ କରୁଥିବା ଭାଇ ଏବଂ ଜେଜେବାପା ଓ ଜେଜେମା’ ଅଛନ୍ତି। ଆୟୁଷୀ ବିଜ୍ଞାନ ବିଷୟରେ ଏକାଦଶ ଏବଂ ଦ୍ବାଦଶ ପଢ଼ିବା ପରେ କଳାରେ ସ୍ନାତକ କରିଥିଲେ। ସ୍ନାତକ ପଢ଼ିବା ସମୟରେ ସେ ୟୁପିପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କିନ୍ତୁ ସେ ସ୍ନାତକୋତ୍ତର ଡିଗ୍ରି କରିବା ସମୟରେ ଏହି ସଫଳତା ପାଇଛନ୍ତି। ୨୦୨୦ରେ ମଧ୍ୟ ସେ ୟୁଜିସି ନେଟ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *