Pratidin TV

Odisha's Digital News Platform

ପିଶାଚ ମା ଓ ବାପାଙ୍କ ନାରକୀୟ କାଣ୍ଡ, ଜନ୍ମକଲା ପୁଅକୁ ବଳିଦେବାକୁ ନେଇଗଲେ ।

ଉଦଳା ; ନିଜ ଜନ୍ମ କଲା ପିଲା କୁ କିଏ ବଳି ଦେଇ ପାରିବ କି ? ହେଲେ ମା ଓ ବାପା ସାଜିଲେ ପିଶାଚ ଠାକୁରାଣୀ ପାଖରେ ନିଜ ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଗଲେ, ହେଲେ କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ ।

ଗତକାଲି ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ । ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ି କୁ ନେଇ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ ।

ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ କୌଶଳକ୍ରମେ ଖସି ଆସି ଦୌଡ଼ିଥିଲା । କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା । ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମାବାପା କୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ । ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ ସମସ୍ତ ଘଟଣା କହିଥିଲା ।

Leave a Reply

Your email address will not be published. Required fields are marked *