ଅସହାୟ ବାପା ୮ ଲକ୍ଷରେ ନିଲାମ୍ କଲା ନିଜ ପୁଅକୁ …
1 min readଉତ୍ତରପ୍ରଦେଶ ; କିଛି ସମୟ ପାଇଁ ବସ୍ ଷ୍ଟାଣ୍ଡରେ ଅଟକି ଯାଇଥିଲା ଶହ ଶହ ଯାତ୍ରୀଙ୍କ ପାଦ । ଛାତିକୁ ଆନ୍ଦୋଳିତ କରିଥିଲା ବସ୍ ଷ୍ଟାଣ୍ଡର ଏକ ଦୃଶ୍ୟ । ନିଜ ଜୀବନଠୁ ଅଧିକ ଭଲପାଉଥିବା ଲୋକକୁ ବେଳେ ବେଳେ ହରାଇବାର ପରିସ୍ଥିତି ଆସେ । ବୋଧ ହୁଏ ବସ୍ ଷ୍ଟାଣ୍ଡରେ ବସିଥିବା ସେହି ବ୍ୟକ୍ତିଟି ସେମିତି ଅସହାୟ ହୋଇପଡିଥିଲା ଯେ ତା ପାଖରେ ଆଉ କିଛି ଉପାୟ ନଥିଲା । ଶେଷରେ ନିଜ ଜୀବନଠୁ ଅଧିକ ଭଲପାଉଥିବା ପୁଅକୁ ବିକି ବାକୁ ନିଲାମ ବସାଇଛି ଅସହାୟ ଗରିବ ବାପା । ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଆଲିଗଡ ରୋଡବେଜ୍ ପାଖ ବସଷ୍ଟାଣ୍ଡ ଫୁଟ୍ପାଥରୁ । ସ୍ୱାମୀ ସ୍ତ୍ରୀ ଦୁହେିଁ ନିଜର ଏକ ପୁଅ ଓ ଝିଅ ସହ ବସ୍ ଷ୍ଟାଣ୍ଡ ପାଖ ଫୁତ୍ପାଥ୍ରେ ବସିଥିବା ସହ ତାଙ୍କ ବେକରେ ଏକ ଫଳକ ଲଗାଇଥିଲେ ଯେଉଁ ଥିରେ ଲେଖା ଥିଲା ଆମେ ଆମ ପୁଅକୁ ନିଲାମ କରୁଛୁ । କିଏ ନେବ ? ଏଭଳି କହି ପୁଅଖୁ ୮ ଲକ୍ଷରେ ବିକ୍ରି କରିବାକୁ ଡାକ ଛାଡିଥିଲେ ଦମ୍ପତ୍ତି । ବେଳେ ବେଳେ ପ୍ରତିକୂଳ ପରିସ୍ଥିତି ଆସେ ଯେତେବେଳେ ସ୍ୱପ୍ନରେ ବି ଭାବିନଥିବା କାମକୁ କରିବାକୁ ବାଧ୍ୟ ହୋଇଥାଉ ।
ଘଟଣାଟି ଏମିତି କି ଉତ୍ତରପ୍ରଦେଶ ଆଲିଗଡ ମହୁଆ ଖେଡା ନିହାର ମୀରା ସ୍କୁଲ ନିକଟରେ ରୁହନ୍ତି ରାଜ୍ ଜୁମାର । କିଛି ମାସ ତଳେ ଖଣ୍ଡେ ଜମି କିଣିବାକୁ ଜଣେ ବ୍ୟକ୍ତିଙ୍କୁ ଧାର କରିଆଣି ଟଙ୍କା ଦେଇଥିଲେ । କିନ୍ତୁ କିଛି ମୁଷ୍ଟିମେୟ ଲୋକ ଜମିକୁ ହଡପ କରିନେଇଥିଲେ । ଫଳରେ ଜମି ତ ପାଇଲେ ନାହିଁ ଜମି ମାଲିକ ଟଙ୍କା ବି ଫେରାଇଲା ନାହିଁ । ଖାଲି ସେତିକି ନୁହେଁ ତାଙ୍କର ପେଟ ପୋଷୁଥିବା ଅଟୋରିକ୍ସାକୁ ବି ଛଡାଇନେଇଥିଲେ ମୁଷ୍ଟିମେୟ ବ୍ୟକ୍ତି । ନ୍ୟାୟ ପାଇବାକୁ ସ୍ଥାନୀୟ ପୁଲିସ ପାଖକୁ ଯାଇଥିଲେ ବି କେହି ଶୁଣିନଥିଲେ । ବାଧ୍ୟ ହୋଇ ନିଜ ପୁଅକୁ ବାଜି ଲଗାଇବାକୁ ବାହାରିଲେ । ଗୋଟିଏ ବୋଲି ପୁଅକୁ ବିକିବାକୁ ଫୁଟପାଥରେ ପରିବାର ସହ ବସିଥିଲେ ରାଜକୁମାର ।
ଏସବୁ ଦେଖି ଯାତ୍ରୀମାନଙ୍କ ଭିଡ଼ ଘଟଣାସ୍ଥଳରେ ଏକତ୍ରିତ ହେବାକୁ ଲାଗିଲା। ସମାନ ଭିଡ଼ରେ ଉପସ୍ଥିତ ଥିବା ଜଣେ ମହିଳା ରାଜକୁମାର ଏବଂ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ପିଲା ପାଇବା ଏତେ କଷ୍ଟସାଧ୍ୟ, କେହି କିପରି ଏହିପରି ନିଜ ଛୁଆକୁ ବିକ୍ରି କରିପାରିବେ? ତେବେ ପ୍ରାୟ ଏକ ଘଣ୍ଟା ପରେ ଗାନ୍ଧୀ ପାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜକୁମାରଙ୍କୁ ତାଙ୍କ ପରିବାର ସହିତ ନେଇଥିଲା।