Pratidin TV

Odisha's Digital News Platform

ବୋଝ ଉପରେ ନଳିତା ବିଡା…..ଚାଲିଗଲା ବାପା-ମାଙ୍କ ଜୀବନ, ଋଣ ପାଇଁ କୋର୍ଟର ହାଜର ହେଲେ ୨ କଅଁଳ ପୁଅ

ହୃଦ୍‌ଘାତରେ ବାପା ଏବଂ କରୋନା ରେ ଚାଲିଗଲା ଜୀବନ |ଅନାଥ ହୋଇଗଲେ କଅଁଳ ଶିଶୁ | ବୋଝ ପରି ଲଳିତା ବିଡା ପରି ଶିଶୁଙ୍କୁ ଉପରେ ପଡ଼ିଚାଲିଛି ଦୁଃଖର ପାହାଡ଼ | ୨୦୨୦ ମସିହାରେ ହୃଦ୍‌ଘାତରେ ବାପା ଏବଂ ୨୦୨୧ ମସିହାରେ କରୋନାରେ ମା କୁ ହରାଇବା ପାରେ ଅସହାୟ ହୋଇ ପଡ଼ିଥିଲେ ୨ କଅଁଳ ଶିଶୁ | ବାପା ମୃତ୍ୟୁ ପୂର୍ବରୁ ନେଇଥିଲେ କରଜ | ଯାହା ବଢ଼ିକି ୪.୯୯ ଲକ୍ଷ ଋଣ ହୋଇଥିଲା | ଏହାପରେ ଋଣ ପରିଶୋଧ ମାମଲାରେ ୧୧ ଏବଂ ୭ ବର୍ଷିୟ ଦୁଇ ବାଳକଙ୍କୁ ବରଗଡ଼ ଦେୱାନି ଅଦାଲତରେ ହାଜର ହେବାକୁ ପଡ଼ିଛି ଷ୍ଟେଟ୍ ବ୍ୟାଙ୍କ ବରଗଡ଼ଙ୍କ ଅଭିଯୋଗ ଆଧାରରେ ଅଦାଲତ ଉଭୟଙ୍କ ନାମରେ ସମନ ଜାରି କରିଥିଲେ। ଋଣ ପରିଶୋଧ ଭଳି ଘଟଣାରେ କଅଁଳ ଶିଶୁଙ୍କୁ ଏଭଳି ଅଦାଲତରେ ହାଜର କରାଇବା କେତେ ଯୁକ୍ତିସଙ୍ଗତ ତାକୁ ନେଇ ରାଷ୍ଟ୍ରପତି, ରାଜ୍ୟପାଳ, ମାନବାଧିକାର କମିସନ ଏବଂ ଶିଶୁ କମିସନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲାର ଥାନା ଅଧିକାରୀ ବିଧୁଭୂଷଣ ପୁଟଙ୍କର ୨୦୨୦ ମସିହା ଜାନୁଆରି ମାସରେ ହୃଦ୍‌ଘାତରେ ଦେହାନ୍ତ ହୋଇ ଯାଇଥିଲା ଏକ ବର୍ଷ ପରେ କରୋନାରେ ତାଙ୍କ ପତ୍ନୀ ସସ୍ମିତା ପୁଟାଙ୍କ ମୃତ୍ୟୁ ହୋଇଗଲା। ସେବେ ଏକୁଟିଆ ହୋଇଗଲେ ସେମାନଙ୍କ ୯ ଏବଂ ୪ ବର୍ଷିୟ ୨ ପୁଅ ଅଜା ସମ୍ବଲପୁର ଜିଲ୍ଲା କେନାଢିପା ନିବାସୀ ୭୨ ବର୍ଷୀୟ ସାରଥି ଧୁରୁଆ ଏବଂ ୭୦ ବର୍ଷୀୟ ଆଈ ମୈଥେଳି ଧୁରୁଆଙ୍କ ଉପରେ ଉଭୟ ପିଲାଙ୍କ ପାଳନର ଦାୟିତ୍ଵ ନେଉଥିଲେ | ସାରଥି ଧୁଗୁଆଙ୍କ କହିବା ଅନୁସାରେ, ଷ୍ଟେଟ୍ ବ୍ୟାଙ୍କରୁ ଆସିଥିବା ନୋଟିସ ଦେଖିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଜାମାତା ବିଧୁଭୂଷଣ ଧୁରୁଆ ୭ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଦରମା ସହିତ ଋଣ ସଂପୃକ୍ତ ହୋଇଥିବାରୁ ୨ ଲକ୍ଷ ଟଙ୍କା ପରିଶୋଧ ହୋଇ ମାଗିଛି। ତାଙ୍କ ଦେହାନ୍ତ ହେବାର ୧ ବର୍ଷ ପରେ ରଣ ସହିତ ସୁଧ ଯୋଡ଼ି ଦିଆଯାଇଥିବାରୁ ବକେୟା ୪.୯୯ ଲକ୍ଷରେ ପହଞ୍ଚିଛି ସାଇଥି ନିଜେ ଜଣେ ଅବସରପ୍ରାପ୍ତ ବୃଦ୍ଧ ଶିକ୍ଷକ ଉଭୟ ଜାତିଙ୍କୁ ପାଳନ ତାଙ୍କ ପାଇଁ କଷ୍ଟକର ହୋଇ ପଢୁଛି।

ତେବେ ଏଭଳି ସ୍ଥିତିରେ ଏତେ ଟଙ୍କା ପରିଶୋଧ ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ସୁଧ ବାବଦରେ ଥିବା ୧ ଲକ୍ଷ ଟଙ୍କା ଜମା ପାଇଁ କିଛି ସମୟ ମହଲତ ଦେବା ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କକୁ କହିଥିଲେ। ଏହା ସତ୍ତ୍ୱେ ଜାନୁଆରି ମାସରେ ଋଣ ପରିଶୋଧ ପାଇଁ ତାଙ୍କ ଦୁଇ ନାତିଙ୍କ ପାଖକୁ ସମନ ଆସିଥିଲା। ଏହା କେତେଦୂର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି । ସାରଥିଙ୍କ କହିବା ଅନୁସାରେ ତାଙ୍କ ଉଭୟ ନାତି ନାବାଳକ ଅଛନ୍ତି। ସେମାନଙ୍କ ବିଧୁଭୂଷଣଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇସାରିଛି। ତେଣୁ ବିଧୁଭୂଷଣଙ୍କ ନାମରେ ଥିବା ଭୂ ସମ୍ପତି କିମ୍ବା ଜମା ଟଙ୍କା ମଧ୍ୟ ସେମାନେ ଉଠାଣ କରିପାରିବେ ନାହିଁ। ଏଭଳି ସ୍ଥିତିରେ ଏତେ ଟଙ୍କାର କିଭଳି ପରିଶୋଧ କରିବେ ତାହା ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *