Pratidin TV

Odisha's Digital News Platform

ଶଶୂର ଜ୍ୱାଇଁଙ୍କ ଖେଳ ଖତମ କଲା ପୁରୁଣା କଏନ୍ …

1 min read

ଧର୍ମଶାଳା : ଆପଣଙ୍କ ପାଖରେ ଅଛିକି ପୁରୁଣା କଏନ୍, ଯଦି ଅଛି ତେବେ ଏହାକୁ ବିକ୍ରିକରି ଆପଣବି ହୋଇଯିବେ ଲକ୍ଷପତି । ହଁ ଆଜ୍ଞା ଏହି ପୁରୁଣା କଏନ୍ ଲୋଭରେ ଜଣେ ବ୍ୟକ୍ତିଙ୍କ ଜୀବନ ନେବାକୁ ପଛାଇଲେ ନାହିଁ ଶଶୁର ଓ ଜ୍ୱାଇଁ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମରେ ।

ସୂଚନା ଥାଉକି ଗତ ୮ ତାରିଖ ଦିନ ପୁରୁଣା କଏନ୍ ବ୍ୟବସାୟୀ ଶିବଚରଣ ଦାସ ଓ ସେହି ଗ୍ରାମର ଅଜୟ କୁମାର ସାମଲ ନାମକ ଜଣେ ବ୍ୟକ୍ତି ଏକ ବାଇକ ଯୋଗେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଶିବଚରଣଙ୍କୁ ଗାଡି ରଖିବା ପାଇଁ ଅଜୟ କହିଥିଲେ । ଏହାପରେ ହଠାତ୍ ତାଙ୍କ ବେକରେ ଏକ ରଶି ଲଗାଇ ଆକ୍ରମଣ କରିଥିଲେ ଅଜୟ । ଘଟଣା ସ୍ଥଳରେ ଶିବଚରଣ ତଳେ ପଡିଯିବାରୁ ତାଙ୍କ ପାଖରେ ଥିବା ନଗଦ ଟଙ୍କା ସହିତ କିଛି ପୁରୁଣା କଏନ୍ ନେଇ ସେଠାରୁ ପଳାଇ ଆସିଥିଲେ ଓ କିଛି ବାଟ ଆସିବା ପରେ ଅଜୟଙ୍କ ଜ୍ୱାଇଁ ବିଶ୍ୱଜିତ ସେଠାରେ ପହଞ୍ଚି ଶଶୂରଙ୍କୁ ସହ ଚମ୍ପଟ୍ ମାରିଥିଲେ ।

Advertisement

ଏନେଇ ଶିବଚରଣ ଧର୍ମଶାଳା ଥାନାରେ ଏକ ଏତଲା ଦେଇଥିଲେ, ଏହି ଏତଲାକୁ ଆଧାର କରି ଧର୍ମଶାଳା ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ କରିଥିଲା, ଅନେକ୍ ଛାନଭିନ୍ କଲାପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ଧର୍ମଶାଳା ପୋଲିସ । ଶେଷରେ ଗତକାଲି ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମର ଅଜୟ କୁମାର ସାମଲ ଓ ମହାକାଳପଡା ଥାନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କୁ ଗିରଫ କରିବା ସହିତ ଦୁଇଟି ମୋବାଇଲ ଫୋନ, ନଗଦ ଟଙ୍କା ସହିତ ଅନେକ୍ ପୁରୁଣା କଏନ୍ ଯବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଧର୍ମଶାଳା ପୁଲିସ ।

Leave a Reply

Your email address will not be published. Required fields are marked *