Pratidin TV

Odisha's Digital News Platform

ମଶାଣିରେ ଗୁଣିଆ….ମୃତ ଝିଅକୁ ଜୀବିତ କରିବା ପାଇଁ ବାପାର ଅନ୍ଧବିଶ୍ୱାସ ଉଦ୍ୟମ

ମୃତ ଝିଅକୁ ଜୀବିତ କରିବା ପାଇଁ ରାତିରେ ମାଶାଣିରେ ମଶାରୀ ଲଗାଇ ଝଡାଫୁଙ୍କା କରୁଛି ଗୁଣିଆ | ଏମିତି ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଗେଙ୍ଗୁଟିଆ ଗ୍ରାମରେ |

ସୁଚନା ଅନୁଯାୟୀ ଏହି ଗ୍ରାମର ଜଣେ ବ୍ୟକ୍ତି ଶନିବାର ପରିବାର ସହିତ ଡଗରା ବରୁଣି ସ୍ନାନ କରିବା ପାଇଁ ଯାଇଥିଲେ | ସେଠାରୁ ଫେରିବା ପରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ତାଙ୍କର ୩ ବର୍ଷର ଝିଅ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା | ତେବେ ଝିଅକୁ ବଞ୍ଚାଇବା ପାଇଁ ବାଲିଆପାଳ ଅଞ୍ଚଳର ଜଣେ ଗୁଣିଆର ସାହାଯ୍ୟ ନେଇଥିଲେ | ଗୁଣିଆ ଜଣକ ଘରେ ଝଡାଫୁଙ୍କା କରିବା ସହିତ ଲୋକଙ୍କ ଅଜାଣତରେ ମଶାଣିରେ ପୂଜାର୍ଚ୍ଚନା କଲେ ଜୀବିତ ହୋଇ ପାରିବେ ବୋଲି କହିଥିଲେ | ତେଣୁ ୨ ଦିନ ଧରି ମଶାଣିରେ ପୂଜାର୍ଚ୍ଚନା କରିବା ସହିତ ଝଡାଫୁଙ୍କା କରି ବଞ୍ଚାଇବା ପାଇଁ କରୁଛି ଉଦ୍ୟମ |

Leave a Reply

Your email address will not be published. Required fields are marked *