Pratidin TV

Odisha's Digital News Platform

ଏହି ଭାରତୀୟ ମୋଷ୍ଟୱାଣ୍ଟେଡ ସମ୍ପର୍କରେ ତଥ୍ୟ ଦେଲେ FBI ଦେବ ୨.୧ କୋଟି

1 min read

ଆମେରିକା FBI ରଖିଲା ୨.୧ କୋଟି ଦେବାର ଦାବି | ଜଣେ ଭାରତୀୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଦେଲେ ମିଳିବ ୨.୧ କୋଟି | ତେବେ ସୂଚାନୁସାରେ ଆମେରିକାର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା FBI ରଖିଛି ଏପରି କିଛି ଦାବି | FBI ର ୧୦ ମୋଷ୍ଟୱାଣ୍ଟେଡ ଅପରାଧୀଙ୍କ ତାଲିକାରେ ଭଦ୍ରେଶ କୁମାରଙ୍କ ନାଁ ରହିଛି। ସେ ଜଣେ ଭାରତୀୟ | ଏହି ଭାରତୀୟ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଅଭିଯୋଗ ପାଇଁ FBI ଲୋକଙ୍କ ସହାୟତ ଲୋଡିଛି |

ନିଜ ସ୍ତ୍ରୀକୁ ହତ୍ୟା କରି ଆମେରିକାରୁ ଫେରାର ହୋଇଯାଇଥିଲା | ଯେଉଁଥିପାଇଁ ଏହି ଭାରତୀୟ ମୋଷ୍ଟୱାଣ୍ଟେଡକୁ ଧରିବା ପାଇଁ ୨୫୦,୦୦୦ ଡଲାର ପୁରସ୍କାର ମିଳିବ ବୋଲି ଦାବି ରଖିଛି | ଯାହା ଭାରତୀୟ ମୁଦ୍ରା ଅନୁସାରେ ୨.୧ କୋଟି |

Advertisement

ତେବେ ସୂଚନାନୁସାରେ ଭଦ୍ରେଶ କୁମାର ୨୦୧୫ ଏପ୍ରିଲ ୧୨ ରେ ନିଜ ସ୍ତ୍ରୀକୁ ହାନଓଭର ସ୍ଥିତ ଡୋନଟ ଦୋକାନରେ ହତ୍ୟା କରିଥିଲା | ତେବେ ସ୍ୱାମୀ ଭଦ୍ରେଶ ଓ ସ୍ତ୍ରୀ ପଲକ ମିଶି ରେକ ଡୋନଟ ଦୋକାନରେ କାମ କରୁଥିଲେ | ଏପ୍ରିଲ ୧୨ ତାରିଖ ରାତିରେ ଭଦ୍ରେଶ ଦୋକାନ ପଛରେ ଥିବା ରୁମରେ ସ୍ତ୍ରୀ ପଲକକୁ କରିଥିଲା ହତ୍ୟା |

Leave a Reply

Your email address will not be published. Required fields are marked *