Pratidin TV

Odisha's Digital News Platform

ଗିରଫ ହେବା ଭୟରେ ସାରା ରାତି ପାର୍ଟି ଅଫିସରେ କଟାଇଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

1 min read

ଆନ୍ଧ୍ରପ୍ରଦେଶରେ ଏକ ରାଜନୈତିକ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ ମୁଖ୍ୟ ୟୁଏସ୍ ଶର୍ମିଲା ରେଡ୍ଡୀ, ଯିଏ କି YSRCP ନେତା ତଥା ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ, ଗୁରୁବାର ଦିନ କାହଁହିଥିଲେ ଯେ ତାଙ୍କୁ ସରକାର ଗିରଫ କରିବାକୁ ଚେଷ୍ଟା କରୁଛି | ସେଥିପାଇଁ ସେ କଂଗ୍ରେସ କାର୍ଯ୍ୟାଳୟରେ ଶୋଇଥିବାର ଦେଖିବାକୁ ମିଳୁଥିଲା |

YSRCP ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଗନ୍ ମୋହନ ରେଡ୍ଡୀ । ଆଉ କଂଗ୍ରେସ ନେତ୍ରୀ ହେଉଛନ୍ତି ୟୁଏସ୍ ଶର୍ମିଲା ରେଡ୍ଡୀ ।ବର୍ତ୍ତମାନ ୟୁଏସ୍ ଶର୍ମିଲା ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଳ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସେହି ଭିଡ଼ିଓରେ ୟୁଏସ୍ ଶର୍ମିଲା ରେଡ୍ଡୀ ଚଟାଣରେ ଏକ ଗଦିରେ ସୋଇଥିବାର ଦେଖିବାକୁ ମିଳିଥିଲା | କଂଗ୍ରେସର Chalo Secretariat protest କାର୍ଯ୍ୟକ୍ରମ ପରେ ଏହି ଘଟଣା ସାମ୍‌ନାକୁ ଆସିଛି ।

Advertisement

ବେରୋଜଗାରୀ ଯୁବକ ଓ ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ କଂଗ୍ରେସ ଏହି ପ୍ରତିବାଦ କରିଥିଲା | ବୁଧବାର ଦିନ ଗଣମାଧ୍ୟମ ସାମ୍ନାରେ YS ଶର୍ମିଲା ପ୍ରତିକ୍ରିୟା ଦେଇ କହିଥିଲେ,ଗତ ପାଞ୍ଚ ବର୍ଷ ମଧ୍ୟରେ ଯୁବକ ଏବଂ ଛାତ୍ରମାନଙ୍କ ସମସ୍ୟାର ସମାଧାନ କରିବାରେ ଜଗନ୍ ମୋହନ ସରକାର ବିଫଳ ହୋଇଛନ୍ତି । ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆ ‘X’ରେ ତାଙ୍କୁ ଗିରଫ କରାଯିବା ନେଇ ସେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *