Pratidin TV

Odisha's Digital News Platform

ଜାଣନ୍ତୁ କଳା ରଙ୍ଗର କ୍ଷୀର ଶରୀର ପାଇଁ କେତେ ହୀତକର ହୋଇଥାଏ..?

1 min read

ଆମ ସମସ୍ତଙ୍କ ଘରକୁ ପ୍ରତିଦିନ କ୍ଷୀର ଆସିଥାଏ । ଏହି କ୍ଷୀର ଗାଇଁ କିମ୍ବା ମଇଁଷିର ହୋଇଥାଏ । ଯାହାକୁ ସମସ୍ତେ ପିଇବା ଉପେଯାଗୀ । ସାଧାରଣତଃ ଶିଶୁ ମାନଙ୍କ ପାଇଁ କ୍ଷୀର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖାଲି ଶିଶୁନୁହେଁ ସବୁ ସମୟରେ ଲୋକେ କ୍ଷୀର ପିଇଥାନ୍ତି । କାରଣ ସୁସ୍ଥ ଶରୀର ପାଇଁ ଯେପରୀ ଖାଦ୍ୟ ଆବଶ୍ୟକ ହୋଇଥାଏ । ସେହିପରି କ୍ଷୀର ମଧ୍ୟ ଶରୀରକୁ ଭରପୂର ମାତ୍ରାରେ ପ୍ରୋଟିନ ଯୋଗାଇଥାଏ । ତେବେ କ୍ଷୀରର ରଙ୍ଗ ଧଳା ବୋଲି ସମସ୍ତେ ଜାଣିଛନ୍ତି । ବେଳେ ବେଳେ ଏହାର ରଙ୍ଗ ହାଲୁକା ହଳଦିଆ ମଧ୍ୟ ଦେଖିଥିବେ । ହେଲେ ଆପଣ ମାନେ କେବେ କଳାରଙ୍ଗର କ୍ଷୀର ଦେଖିଛନ୍ତି କି? କିନ୍ତୁ ଏମିତି ଏକ ପଶୁ ଅଛି, ଯିଏ କଳାର ରଙ୍ଗର କ୍ଷୀର ଦେଇଥାଏ । ଏବଂ ଏଥିରେ ଭରପୂର ପ୍ରୋଟିନ ମଧ୍ୟ ରହିଥାଏ । ତେବେ ଚାଲନ୍ତୁ ଚାଲିବା ଏମିତି କେଉଁ ପଶୁ ଅଛି ଯିଏ କଳା ରଙ୍ଗର କ୍ଷୀର ଦେଇଥାଏ ।

ତେବେ କଳାରଙ୍ଗର କ୍ଷୀର ଦେଇଥାନ୍ତି ବ୍ଲାକ ରାଇନୋସେରଁସ୍ । ଯାହାକୁ ଆଫ୍ରିକୀୟ କଳା ଗଣ୍ଡା ମଧ୍ୟ କୁହାଯାଇଥାଏ । ତେବେ ଏହି ରାଇନୋସେରଁସ୍ ହେଉଛି ଏକମାତ୍ର ପଶୁ ଯିଏକି କେବଳ କଳା କ୍ଷୀର ଦେଇଥାଏ । ଗଣ୍ଡାର କ୍ଷୀର ଜଳୀୟ ଏବଂ ଏଥିରେ ମାତ୍ର ୦.୨ ପ୍ରତିଶତ ଚର୍ବି ଥାଏ । ଏହି ପତଳା କ୍ଷୀର ପ୍ରାଣୀମାନଙ୍କର ଧୀର ପ୍ରଜନନ ଚକ୍ର ସହିତ କିଛି ସମ୍ପର୍କ ଥାଇପାରେ । ତେବେ ଏହି ପ୍ରଜାତିର ପଶୁମାନେ ଦୀର୍ଘ ସମୟ ଧରି ଗର୍ଭଧାରଣ କରିଥାନ୍ତି । ଯାହାକି ଏକ ବର୍ଷରୁ ଅଧିକ ସମୟ ଧରି ରହିଥାଏ । ଏବଂ ସେମାନେ ଗୋଟିଏ ଥରରେ ଗୋଟିଏ ଶାବକ ଜନ୍ମ କରନ୍ତି । ପରେ ସେମାନେ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଦୀର୍ଘ ସମୟ ବିତାଇଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *