Pratidin TV

Odisha's Digital News Platform

ଇଚ୍ଛାମୃତ୍ୟୁ ମାଗିଲେ ମହିଳା ଜଜ୍ ,ଚିଠି ଭାଇରାଲ ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ..

ନ୍ୟାୟଦାତା ବି ଆଜି ଅସହାୟ ହୋଇପଡିଛନ୍ତି । ଶେଷରେ ଏଭଳି ପରିସ୍ଥିତି ଉପୁଜିଲା ଯେ ଇଚ୍ଛାମୃତ୍ୟୁ ମାଗିଲେ ମହିଳା ଜଜ୍ । ଏଭଳି ଆଶ୍ଚର୍ଯ୍ୟ ଖବର ଉତ୍ତର ପ୍ରଦେଶରୁ ଆସିଛି । ନିଜ କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ ,ଅଶ୍ଳୀଳ ଗାଳି ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ବିଚାରପତି ନିଜ ଜୀବନ ହାରିବାକୁ ପ୍ରଧାନବିଚାରପତିଙ୍କ ଅନୁମତି ଲୋଡି ଚିଠି ଲେଖିବା ଘଟଣା ଏବେ ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି । ଉତ୍ତରପ୍ରଦେଶ ଜିଲ୍ଲାରେ ଜଣେ କାର୍ଯ୍ୟରତ ମହିଳା ବିଚାରପତି ଏହି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ସେ ଲେଖିଛନ୍ତି ମୁଁ ଅନ୍ୟମାନଙ୍କୁ ନ୍ୟାୟ ଦେଉଛି କିନ୍ତୁ ମୋ ସହ ଅନ୍ୟାୟ ହୋଇଛି । ଜିଲ୍ଲା ଜଜ ଏବଂ ତାଙ୍କ ସହଯୋଗିଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପନ୍ଥା ଆପଣାଇଛନ୍ତି । ଆଲ୍ଲାବାଦ ମୁଖ୍ୟବିଚାରପତିଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏ ଚିଠି ଭାଇରାଲ ହେବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସି ଡି.ୱାଇ ଚନ୍ଦ୍ର ଚୂଡ । ସେ ଆହ୍ଲାବାଦ ହାଇକୋର୍ଟ ଠାରୁ ଏନେଇ ଏକ ରିପୋର୍ଟ ମାଗିଛନ୍ତି ।


ସୂଚନାମୁତାବକ , ମହିଳା ଜଣକ ନିଜ ଚିଠିରେ ଲେଖିଛନ୍ତି ସେ ପୋଷ୍ଟିଂ ହେବା ଦିନରୁ ନିର୍ଯାତିତ ହୋଇ ଆସୁଛନ୍ତି । ବହୁ ଦୁଃଖ ଏବଂ ଯନ୍ତ୍ରଣାର ସହ ଏହି ଚିଠିଟି ମୁଁ ଲେଖୁଛି । ବହୁ ଉତ୍ସାହ ଏବଂ ବିଶ୍ୱାସର ସହ ନ୍ୟାୟିକ ସେବାରେ ଯୋଗ ଦେଇଥିଲି । କିନ୍ତୁ ଚାକିରିର ଅଳ୍ପ ସମୟ ଭିତରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡିଲା । ସର୍ବସମ୍ମୁଖରେ ଗାଳି ଶୁଣିବାକୁ ପଡିଲା । ଦୀର୍ଘ ଦିନ ସେ ନିର୍ଯାତନାର ଶିକାର ହୋଇ ଆସୁଥିଲା ବେଳେ ଏଥିପାଇଁ ସେ ବିଭିନ୍ନ ମଞ୍ଚରେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ଅଭିଯୋଗ ପ୍ରତି କେହି ବି ଗୁରୁତ୍ୱ ଦେଇ ନାହାନ୍ତି । ତେଣୁ ଜଣେ ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବ ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏପରିକି ତାଙ୍କୁ ରାତିରେ ଦେଖା କରିବାକୁ ଏଠାକାର ଜିଲ୍ଲା ଜଜ୍ ତାଙ୍କୁ ବହୁବାର କହିଛନ୍ତି ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାକୁ ବିରୋଧ କରି ସେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି । କିନ୍ତୁ ତାଙ୍କ ଠାରୁ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି । ପରେ ପରେ ଆଡମିନିଷ୍ଟ୍ରେଟିଭ୍ ଜଜ୍ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଲେଖି ଜଣାଇଛନ୍ତି । କିନ୍ତୁ ସବୁଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଦେଶରେ ମହିଳାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ମହିଳା ଯୌନ ସୁରକ୍ଷା ଆଇନ(୨୦୧୩) ପ୍ରଣୟନ କରାଯାଇଛି । କିନ୍ତୁ ଏହାର କୌଣସି ଯଥାର୍ଥତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମହିଳା ବିଚାରପତି ଜଣକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *