ଏହାକେମିତି ସମ୍ଭବ! ଜେଲ୍ ଭିତରେ ଗର୍ଭବତୀ ହେଉଛନ୍ତି ମହିଳା , ୧୯୬ ଶିଶୁକୁ ଦେଇସାରିଲେଣି ଜନ୍ମ …
1 min readଏବେ ଜେଲ୍ ଭିତରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ । ଜେଲ୍ ଓ ସୁଧାରଗୃହରେ ବନ୍ଦଥିବା ମହିଳା କଏଦୀ ମାନେ ଜେଲ୍ ଭିତରେ ରହିବି ଆପେ ଆପେ ଗର୍ଭବତୀ ହୋଇଯାଉଛନ୍ତି । ଖାଲି ସେତିକି ନୁହେଁ ସଜ୍ଜା କାଟୁଥିବା ମହିଳା କଏଦୀମାନେ ୧୯୬ ଶିଶୁଙ୍କୁ ଜନ୍ମ ଦେଇସାରିଲେଣି । ହେଲେ ସେହି ୧୯୬ ଛୁଆଙ୍କର ବାପା କିଏ ଜଣାପଡିନାହିଁ । ଏହାକେମିତି ସମ୍ଭବ ବିନା ବାପାରେ କେମିତି ଗର୍ଭବତୀ ହେଉଛନ୍ତି ମହିଳା କଏଦୀ । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ବିଭିନ୍ନ ଜେଲ ଓ ସୁଧାରଗୃହରେ ବନ୍ଦ ଥିବା ମହିଳା କଏଦୀମାନେ ଗର୍ଭବତୀ ହେବା ସଂଖ୍ୟା ବଢିବାରେ ଲାଗିଛି ।
ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ମହିଳା କଏଦୀଙ୍କ ଯୌନଶୋଷଣ ପରି ଚାଞ୍ଚଲ୍ୟକର ସ୍ଥିତିର ପ୍ରମାଣ ମିଳିବା ପରେ କୋଲକାତା ଉଚ୍ଚନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଗତ କିଛି ମାସ ମଧ୍ୟରେ ବିଭିନ୍ନ ଜେଲ ଓ ସୁଧାରଗୃହରେ ସଜ୍ଜା କାଟୁଥିବା ମହିଳା କଏଦୀମାନେ ୧୯୬ ଶିଶୁଙ୍କୁ ଜନ୍ମ ଦେଇସାରିଲେଣି । ବିଭିନ୍ନ ଜେଲରେ ୧୯୬ ପିଲାଙ୍କୁ ରଖାଯାଇଛି । ହାଇକୋର୍ଟ ଏଥିନେଇ ଚିନ୍ତା ବ୍ୟକ୍ତ କରିବା ସହ ମହିଳା ବ୍ୟାରେକରେ ପୁରୁଷଙ୍କ ଯିବା ଉପରେ ସମସ୍ତ ପ୍ରକାର କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ମୂଖ୍ୟ ବିଚାରପତି ଟିଏସ ଶିବଗଣନମ ଅଧ୍ୟକ୍ଷତାରେ ଗଠିତ ବେଂଚ କେସକୁ କ୍ରିମିନାଲ ଡିଭିଜନକୁ ଟ୍ରାନ୍ସଫର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଜିଲ୍ଲା ଜଜ୍ ନିଜ ଅଞ୍ଚଳରେ ଥିବା ସୁଧାର ଗୃହକୁ ଯାଇ ଏହାର ଅନୁଧ୍ୟାନ କରି କେତେ ଜଣ ମହିଳା ଗର୍ଭବତୀ ହୋଇଛନ୍ତି ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି । ଯୌନ ଶୋଷଣ ରୋକିବା ପାଇଁ ସୁଧାର ଗୃହକୁ ପଠାଇବା ପୂର୍ବରୁ ସେମାନଙ୍କ ଗର୍ଭାବସ୍ଥା ପରୀକ୍ଷଣ କରିବା ପାଇଁ ମଧ୍ୟ କୁହାଯାଇଛି । ସୂଚନାନୁଯାୟୀ ଜାନୁଆରୀ ୧, ୨୦୨୪ ଠାରୁ ପଶ୍ଚିମବଙ୍ଗରେ ୬୦ ଜେଲ୍ ରେ ପ୍ରାୟ ୨୬ ହଜାର କଏଦୀ ରହୁଛନ୍ତି । ଏଥିରୁ ୮ରୁ ୧୦ ପ୍ରତିଶତ ମହିଳା ରହୁଛନ୍ତି ।