Pratidin TV

Odisha's Digital News Platform

ସୂର୍ଯ୍ୟ ମନ୍ଦିର ରୁ ଖସିପଡି ମହିଳା ପର୍ଯ୍ୟଟକ ଗୁରୁତର ..

1 min read

ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସି ଖସିପଡି ଆହାତ ହୋଇଛନ୍ତି ମହିଳା ପର୍ଯ୍ୟଟକ । କୋଣାର୍କ ମନ୍ଦିର ବୁଲୁଥିବା ବେଳେ ମହିଳା ପର୍ଯ୍ୟଟକ ଖସିପଡିଥିଲେ । ହେଲେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ମନ୍ଦିର ଭିତରକୁ ୧୦୮ ଆମ୍ବୁଲାନ୍ସ କୁ ଛାଡ଼ିଲେ ନାହିଁ ସୂର୍ଯ୍ୟ ମନ୍ଦିର ଦାୟିତ୍ୱ ରେ ଥିବା ଏଏସ ଆଇ କର୍ମଚାରୀ । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା । ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ସହ କର୍ମଚାରୀମାନେ ଷ୍ଟେଚରକୁ ଭିଡିଭିଡି ନେଇଥିଲେ ।

ପରେ ପର୍ଯ୍ୟଟକଙ୍କୁ ଅଚେତ ଅବସ୍ଥାରେ ଉନ୍ଧାର କରି କୋଣାର୍କ ମେଡିକାଲରେ ଚିକିତ୍ସା କରୁଥିବା ଜଣାପଡିଛି । ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ବଡବିଲି ଅଞ୍ଚଳର ୫୭ ବର୍ଷିଆ ଶ୍ରୀମତୀ କାରୁଆ । ପରିବାର ସହ ପୁରୀ କୋଣାର୍କ ବୁଲି ଆସିଥିବା ବେଳେ ସୂର୍ଯ୍ୟ ମନ୍ଦିର ବୁଲିବା ବେଳେ ଏଭଳି ଘଟିଛି ଅଘଟଣ । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ପୁରୀ ସ୍ଥାନାନ୍ତରିତ କରାଯାଇଛି । ସୂର୍ଯ୍ୟ ମନ୍ଦିର ପରିସରରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏଏସ ଆଇ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି କି ପର୍ଯ୍ୟଟକଙ୍କୁ ଏଭଳି ଅଘଟଣରୁ ରକ୍ଷା କରିବା ପାଇଁ ସତର୍କ କରାଯାଉନାହିଁ । ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାସ ପାଇଛି ।

Advertisement

Leave a Reply

Your email address will not be published. Required fields are marked *