Pratidin TV

Odisha's Digital News Platform

Femina Miss India ୨୦୨୩ ; ଜାଣନ୍ତୁ କିଏ ଏହି ନନ୍ଦିନୀ ଗୁପ୍ତା ? ଯିଏ ମାତ୍ର ୧୯ ବର୍ଷ ବୟସରେ ବନିଲେ ‘ମିସ୍ ଇଣ୍ଡିଆ’

ମୁମ୍ବାଇ : ୧୯ ବର୍ଷୀୟ ନନ୍ଦିନୀ ଗୁପ୍ତା ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ଜିତିଛନ୍ତି । ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ସହରର ବାସିନ୍ଦା ଅଟନ୍ତି। ସେ ବ୍ୟବସାୟ ପରିଚାଳନା (ବିଜନେସ୍ ମ୍ୟାନେଜମେଣ୍ଟ)ଉପରେ ଅଧ୍ୟୟନ କରିଛନ୍ତି। ସେ ମାତ୍ର ୧୯ ବର୍ଷରେ ବିୟୁଟି ପେଜେଣ୍ଟ ଫେମିନା ମିସ୍ ଇଣ୍ଡିଆର ବିଜେତା ହୋଇଛନ୍ତି । ସେ ଦେଶର ୫୯ ତମ ମିସ୍ ଇଣ୍ଡିଆ ଭାବରେ ନିର୍ବାଚିତ ହୋଇଥିଲେ। ଏହି ବିଶେଷ ଅବସରରେ ନନ୍ଦିନୀଙ୍କୁ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟି ମୁକୁଟ ପିନ୍ଧାଇଥିଲେ ।

ଏକ କଳା ଗାଉନରେ ନନ୍ଦିନୀ ନିଜ ସୌନ୍ଦର୍ୟ୍ୟ ଏବଂ ଆତ୍ମବିଶ୍ୱାସରେ ସମସ୍ତଙ୍କ ହୃଦୟ ଜିଣିଥିଲେ । ରାଜସ୍ଥାନର ନନ୍ଦିନୀ ଗୁପ୍ତା ମିସ୍ ଇଣ୍ଡିଆର ବିଜେତା ମୁକୁଟ ପିନ୍ଧିଥିବା ବେଳେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍ ହୋଇ ଛନ୍ତ ଏବଂ ମଣିପୁରର ଥୋନାଜାମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଝିଅମାନେ ଏହି କନଟେଷ୍ଟରେ ଭାଗ ନେଇଥିଲେ, କିନ୍ତୁ ନନ୍ଦିନୀ ସମସ୍ତଙ୍କୁ ପରାସ୍ତ କରି ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ମିସ୍ ଇଣ୍ଡିଆ ହୋଇ ନନ୍ଦିନୀ ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମିସ୍ ଇଣ୍ଡିଆ ହେବା ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡର ପରବର୍ତ୍ତୀ ସିଜନରେ ଦେଶର ପ୍ରତିନିଧିତ୍ୱ କରିବେ।

ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ସହରର ବାସିନ୍ଦା ଅଟନ୍ତି । ବର୍ତ୍ତମାନ ସେ ବିନନେସ୍ ମ୍ୟାନେଜମେଣ୍ଟ ବା ବ୍ୟବସାୟ ପରିଚାଳନା ଉପରେ ଅଧ୍ୟୟନ କରୁଛନ୍ତି। ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅନୁଯାୟୀ, ନନ୍ଦିନୀ ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କର ପ୍ରତିମା ବୋଲି ଭାବନ୍ତି। ସେ ଅଭିନେତ୍ରୀଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ।

ଏଥର ମଣିପୁରରେ ଫେମିନା ମିସ୍ ଇଣ୍ଡିଆର ଆୟୋଜନ କରାଯାଇଥିଲା ମିସ୍ ଇଣ୍ଡିଆ ୨୦୨୩ ଇଭେଣ୍ଟରେ କାର୍ତ୍ତିକ ଆର୍ୟ୍ୟନ୍ ଏବଂ ଅନନ୍ୟା ପାଣ୍ଡେ ନିଜ ଡ୍ୟାନ୍ସର ଜଲୱା ଦେଖାଇଥିଲେ । ଅନ୍ୟପଟେ ଏହି ଶୋର ହୋଷ୍ଟି ଦାୟିତ୍ୱରେ ମନୀଷ ପାଲ ଏବଂ ଭୁମି ପେଡନେକର ଥିଲେ ।

Leave a Reply

Your email address will not be published. Required fields are marked *