Pratidin TV

Odisha's Digital News Platform

ଭାରତୀୟ ଫୁଟବଲ୍ ସଂଘ ଉପରୁ କଟକଣା ହଟାଇଲା FIFA , ଖେଳାଯିବ ମହିଳା ଫୁଟବଲ ବିଶ୍ୱକପ୍

1 min read

ନୂଆଦିଲ୍ଲୀ : ଆସିଲା ଫୁଟବଲ୍ ପ୍ରେମୀଙ୍କ ପାଇଁ ବଡ ଖୁସିର ଖବର । ବିଶ୍ୱଫୁଟବଲ ପରିଚାଳନ ସଂସ୍ଥା (FIFA)ସର୍ବ ଭାରତୀୟ ଫୁଟବଲ ମହାସଂଘ (AIFF)ଉପରେ ଲଗାଇ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି ।


ତେବେ ଅଗଷ୍ଟ ୧୫ ତାରିଖରେ AIFF ତୃତୀୟ ପକ୍ଷ ଅଯଥା ହସ୍ତକ୍ଷେପ କରିବା ଦ୍ୱାରା ଫିଫା ଭାରତ ଉପରେ ବ୍ୟାନ୍ ଲଗାଇ ଦେଇଥିଲା । ସୁପ୍ରିମକୋର୍ଟ ସୋମବାର ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ(ଏଆଇଏଫଏଫ)ର ସଞ୍ଚାଳନ କରୁଥିବା ତିନି ଜଣିଆ କମିଟି(ସିଓଏ)କୁ ଭଙ୍ଗ କରିବାକୁ ଆଦେଶ ଦେଇଥିଲେ। ଏଥିସହ ଆଦେଶ ଦେଇଥିଲେ ଯେ, ଏଆଇଏଫଏଫର ଦୈନନ୍ଦିନ କାମକୁ କାର‌୍ୟ୍ୟବାହୀ ସାଧାରଣ ସଂପାଦକ ସମ୍ଭାଳିବେ। ଏହା ସହ ଭାରତ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଏବେ ଏଆଇଏଫ୍‌ଏଫ୍ ର ତୃତୀୟ ପକ୍ଷ ଯେପରି ହସ୍ତକ୍ଷପ ନକରିବ ସେପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏନେଇ ସେପ୍ଟେମ୍ବର ୨ ତାରିଖ ସଂଶୋଧିତ ସମ୍ବିଧାନ ସହ ଏଆଇଏଫଏଫ ଏକ ନିର୍ବାଚନ କରିବ । ଯେଇଁଥିରେ ସବୁ ଦ୍ୱନ୍ଦର ସମାପ୍ତ ଘଟିବ ବୋଲି ଆଶା କରିଛନ୍ତି ଭାରତବାସୀ ।


ତେବେ ଏଆଇଏଫଏଫ ଉପରୁ ନିଲମ୍ବନ ଆଦେଶ ହଟିଥିବାରୁ ପୂର୍ବ ଯୋଜନା ଅନୁସାରେ ଅକ୍ଟୋବର ୧୧ରୁ ୩୦ ତାରିଖ ପର‌୍ୟ୍ୟନ୍ତ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଖେଳାଯିବ। ଫିଫାର ଏପରି ନିଷ୍ପତ୍ତି ଭାରତୀୟ ଫୁଟବଲ ପ୍ରେମୀଙ୍କୁ ଆଶ୍ୱସ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା ବିଶ୍ୱକପର ଗୋଟିଏ ମ୍ୟାଚ୍ ଭୁବନେଶ୍ୱରରେ ମଧ୍ୟ ଖେଳାଯିବା ଏନେଇ ଗତକାଲି ଫିଫା ପରେୁ ଏକ ପ୍ରେସ ରିଲିଜ୍ ରେ ଏହି ସୂଚନା ଦିଆଯାଇଛିା

Leave a Reply

Your email address will not be published. Required fields are marked *