Pratidin TV

Odisha's Digital News Platform

ସ୍ୱାବଲମ୍ବୀ ମହିଳା ସଶକ୍ତ ଓଡିଶା : ପଞ୍ଚମ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ମହିଳା ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ…

1 min read

ସାରା ଭାରତ ରେ ଆର୍ôଥକ ଅନ୍ତର୍ଭୁକ୍ତି କରଣ ର ରୂପରେଖ ବହୁ ମାତ୍ରାରେ ବେଗଶୀଳ ହେବାରେ ଲାଗିଛି । ଓଡ଼ିଶା ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁବନ୍ଧିତ ମାଇକ୍ରୋ ଫାଇନାନ୍ସ ସଂସ୍ଥା , ବ୍ୟାଙ୍କ୍‌, ସିଡବି, ନାବାର୍ଡ, ଜାତୀୟକରଣ, ଘରୋଇ, ତଥା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ଗୁଡ଼ିକ ବିଭିନ୍ନ ଆର୍ଥିକ ସେବା କୁ ବ୍ୟାପକ କରିଛନ୍ତି । ବିଶେଷ କରି ଅପହଞ୍ଚ ଅଞ୍ଚଳରେ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଆୟ ବୃଦ୍ଧି ଋଣ ସହ କୃଷି, ଗୃହ, ଶିକ୍ଷା, ପରିମଳ, ସୌରଶକ୍ତି ଇତ୍ୟାଦି ଋଣ ମଧ୍ୟ ପ୍ରଦାନ କରୁଛନ୍ତି । ରାଜ୍ୟ ରେ ୭୦ ଗୋଟି ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଆର୍ôଥକ ସେବା ପ୍ରଦାନ କାରୀ ଅନୁଷ୍ଠାନ, ବ୍ୟାଙ୍କ୍‌, ସ୍ମାଲ ଫାଇନାନ୍ସ ବ୍ୟାଙ୍କ୍ ୪୦ ଲକ୍ଷ ମହିଳା ଙ୍କ ପାଇଁ ୨୧, ୮୦୦ କୋଟି ଟଙ୍କାର ଋଣ ର ବ୍ୟବସ୍ଥା କରିଛନ୍ତି । ଋଣ ସହାୟତା, ବିଭିନ୍ନ ଦକ୍ଷତା ବିକାଶ ତଥା ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଦ୍ୱାରା ମହିଳା ମାନଙ୍କ ରୋଜଗାର ବୃଦ୍ଧି ପାଇଛି ଓ ସେମାନେ ବର୍ତ୍ତମାନ ସଶକ୍ତ ହୋଇଛନ୍ତି ।

ଓଡ଼ିଶା ରେ କାର୍ଯ୍ୟରତ ଆର୍ଥିକ ଅନୁଷ୍ଠାନ ମାନଙ୍କ ସମୂହ ଅନୁଷ୍ଠାନ ଓସାଫି ପକ୍ଷରୁ ସ୍ଥାନୀୟ ମେ ଫେୟାର ହୋଟେଲ ରେ ପଞ୍ଚମ ଆର୍ଥିକ ଅନ୍ତର୍ଭୁକ୍ତି କରଣ ସମ୍ମିଳନୀରେ ଏହି ତଥ୍ୟ କୁ ଅନୁଷ୍ଠାନ ମୁଖ୍ୟ ଶ୍ରୀ ନରେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଅନୁଷ୍ଠାନ ର ସଭାପତି ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ କୁ ନାବାର୍ଡ ସି ଜି ଏମ ଡ. ସୁଧାଂଶୁ କେ.କେ. ମିଶ୍ର ଉଦ୍ ଘାଟନ କରିଥିବା ବେଳେ ସି ଡି ବି- ସି ଜି ଏମ ଶ୍ରୀମତୀ ୱାଇ କୁମାରୀ, ଏମ୍ ଫିନ୍ ର ମୁଖ୍ୟ ଡ. ଆଲୋକ ମିଶ୍ର , ସାଧନ ର ମୁଖ୍ୟ ଶ୍ରୀ ଜି. ଜି ମେନନ୍ , ସି ୟାଇ ଏସ ଡି ର ମୁଖ୍ୟ ଶ୍ରୀ ଜଗଦାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

Advertisement


ଅତିଥି ମାନେ ମହିଳା ମାନଙ୍କ ଉଦ୍ୟୋଗ ବିକାଶ ପାଇଁ ସରକାରୀ , ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ମାନଙ୍କ ର ବିଭିନ୍ନ ଯୋଜନା ରେ ସମସ୍ତ ଗ୍ରାମୀଣ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା କରିଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ଜଳବାୟୁ ସହନଶୀଳ ସମାଜ ଗଠନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ତଥା ସାମାଜିକ ଓ ଆର୍ôଥକ ବିକାଶ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଅନୁବନ୍ଧନ ଉପରେ କାର୍ଯ୍ୟକ୍ରମ ରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଜିତ ସାବତ, ଆଲୋକ ପଟ୍ଟନାୟକ , ଶ୍ରୀ ମୋହନ ଚନ୍ଦ୍ରନ୍‌, ଡ. ଦେବାଶିଷ ମହାପାତ୍ର, ଅଶୋକ ରଂଜନ ସାମଲ ପ୍ରମୁଖ ଯୋଗ ଦେଇ ସମାଜର ଶେଷ ସୀମା ରେ ରହୁଥିବା ଗ୍ରାମ ଗୁଡ଼ିକ ରେ ଆର୍ôଥକ ସେବା ଯୋଗାଇ ଦେବାରେ ଥିବା ବିଭିନ୍ନ ସେବା, ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ ।

ସମ୍ମିଳନୀ ରେ ଓଡ଼ିଶା ର ୩୦ ଗୋଟି ଜିଲ୍ଲା ରୁ ୫୦୦ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଶେଷ ରେ ଓଷାଫି ତରଫରୁ ଶ୍ରୀ ସୁଧାଂଶୁ ଦାସ, ଶ୍ରୀ ଆଶିଷ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *