Pratidin TV

Odisha's Digital News Platform

ସିଂହମାନଙ୍କ ମଧ୍ୟରେ ଫସିଗଲା କୁମ୍ଭୀର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ…

1 min read


ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଖବର ବା ଭିଡିଓ ଦେଖିବାକୁ ମିଳିଥାଏ । ସେହିଭଳି ଆଜି ମଧ୍ୟ ଏକ ଭିଡିଓ ନଜରକୁ ଆସିଛି । ଏଇ କିଛିଦିନ ତଳେ ଓଡିଶାରେ ଆତଙ୍କ ଖେଳାଇଥିଲା ମଣିଷ ଖିଆ କୁମ୍ଭୀର । ନଦୀ କୂଳରୁ ଲୋକ ମାନଙ୍କୁ ଟାଣି ନେଇ ମାରି ଖାଉଥିଲା । ଜଣେ ନୁହେଁ ଏକାଧିକ ଲୋକଙ୍କର କୁମ୍ଭୀର ମୁହଁରେ ପଡି ପ୍ରାଣ ଗଲାଣି । ତେବେ କୁମ୍ଭୀରକୁ ଏକ ହିଂସ୍ର ଜନ୍ତୁ କୁହାଯାଉଥିବା ବେଳେ ସେହିଭଳି ବାଘ ସିଂହ ମଧ୍ୟ ହିଂସ୍ର ପଶୁ ଭାବେ ପରିଗଣିତ ହୋଇଥାନ୍ତି । ଆପଣଙ୍କ ମନରେ କେବେ ଆସିଛି ଯେ ଯଦି ବାଘ କୁମ୍ଭୀର ସାମ୍ନାସାମ୍ନି ହୁଅନ୍ତି ବା କୁମ୍ଭୀର ସିଂହ ସାମ୍ନାସାମ୍ନି ହୁଅନ୍ତି! ତେବେ ସେମାନଙ୍କ ମଧ୍ୟରେ ଲଢେଇରେ କିଏ ଜିତିବ? ଆଜି ସେହିପରି ଏକ ଭିଡିଓ ଦେଖିବାକୁ ମିଳିଥିଲା । ଭିଡିଓରେ ଦେଖାଯାଇଥିଲା ଯେ ସିଂହ ପଲଙ୍କ ମଧ୍ୟରେ ଫସି ରହିଥିବା କୁମ୍ଭୀରର ଜୀବନ ବିପଦରେ ଅଛି । ସେଠାରୁ ମୁକୁଳିବା ପାଇଁ କୁମ୍ଭୀରଟି ତାର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲାଇଛି ।


କୁହାଯାଏ କି ଜଙ୍ଗଲର ରାଜା ସିଂହ ହୋଇଥିବା ବେଳେ ସେହିପରି ଜଳର ରାଜା ହେଉଛୀ କୁମ୍ଭୀର । ତେଣୁ ସିଂହ ଏବଂ କୁମ୍ଭୀର ମଧ୍ୟରେ ଝଗଡା ଲାଗିଲେ କିଏ ଜିତିବ? ଉଭୟ ନିଜ ନିଜ ସ୍ଥାନରେ ଶକ୍ତି ଶାଳୀ । କେହି କାହାଠାରୁ କମ୍ ନୁହଁନ୍ତି । ତେବେ ଭାଇରାଲ ଭିଡିଓରେ ସିଂହ ପଲ କୁମ୍ଭୀରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ପାରୁନଥିଲେ । କାରଣ କୁମ୍ଭୀର ଉପରୀ ଭାଗ କଠିନ ଏବଂ କଣ୍ଟାଯୁକ୍ତ ହୋଇଥିବା ଯୋଗୁଁ ଏହାକୁ ଶୀକାର କରିବାରେ ସିଂହ ମାନେ ଅସଫଳ ହେଉଥିଲେ । ହେଲେ ତଥାପି କୁମ୍ଭୀରଟି ସିଂହ ପଲଙ୍କ ପାଖରୁ ଯେତେ ଚେଷ୍ଟା କଲେ ବି ମୁକୁଳି ପାରିନଥିଲା ।

Advertisement

Leave a Reply

Your email address will not be published. Required fields are marked *