Pratidin TV

Odisha's Digital News Platform

ଗ୍ୟାଙ୍ଗ୍‌ଷ୍ଟର ହୋଇ ଏତେ ସୁନ୍ଦର ? ଲରେନ୍ସ ବିଷ୍ଣୋଇଙ୍କୁ ହ୍ୟାଡସମ୍ ହଙ୍କ୍ କହିଲେ ଚଳଚ୍ଚିତ୍ର ନିର୍ମାତା …

1 min read

ପୁରା ଦେଶରେ ଏବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଏକ ବୟାନ ଚର୍ଚ୍ଚା ଖେଳାଇ ଦେଇଛି । କାରଣ ଜଣେ ଗ୍ୟାଙ୍ଗଷ୍ଟର ଯିଏ ନିକଟରେ ବାବା ସିଦ୍ଧିକିଙ୍କୁ ହତ୍ୟା କରିଥିଲା ତାଛଡା ବାରମ୍ବାର ବଲିଉଡ୍‌ର ଭାଇଜାନ୍ ସଲମାନଙ୍କୁ ହତ୍ୟା ଧମକ୍ ଦେଉଛି ଆଉ ପୂର୍ବରୁ ପଞ୍ଜାବୀ ସିଙ୍ଗର ସିଦ୍ଦୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଦାବି କରିଛି । ତାକୁ ହ୍ୟାଡସମ୍ କହି ବର୍ତ୍ତମାନ ବିବାଦରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।

ଷ୍ଟାର୍ ଅପେକ୍ଷା ଗ୍ୟାଙ୍ଗଷ୍ଟର ଅଧିକ ସୁନ୍ଦର ବୋଲି ଦାବି କରିଛନ୍ତି ରାମ ଗୋପାଲ । ଲରେନ୍ସଙ୍କ ଉପରେ ବାୟୋପିକ୍ ତିଆରି କରିବା ନେଇ ଦାବି କରିଛନ୍ତି ରାମ ଗୋପାଳ ।

ଲରେନ୍ସଙ୍କ ଏକ ଫଟୋ ସେୟାର କରି ରାମ ଗୋପାଳ କ୍ୟାପସନ୍ ଲେଖିଥିଲେ ଯେ ‘ଲରେନ୍ସ ସନ୍ଦୀପ ରେଡ୍ଡୀଙ୍କ ହିରୋ ରଣବୀର କପୁରଙ୍କ ଅପେକ୍ଷା ବହୁତ ସୁନ୍ଦର ଓ ଆନିମଲ ପରି ଦେଖାଯାଉଛନ୍ତି।’ମୁଁ ଚାହୁଁଛି ସଲମାନ ଖାନ ବି ସୁପର କାଉଣ୍ଟର ଧମକ ଦିଅନ୍ତୁ, ନଚେତ୍ ଏହା ଟାଇଗର ଭୟଭୀତ ହେବା ଭଳି ଲାଗିବ।


କହିବାକୁ ଗଲେ ଏହା ପ୍ରଥମ ଘଟଣା ନୁହେଁ, ରାମ ଗୋପାଲ ଲରେନ୍ସଙ୍କ ଉପରେ ଅନେକ ଥର ବିବାଦୀୟ ବିବୃତ୍ତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *