Pratidin TV

Odisha's Digital News Platform

ଆଜିଠୁ ବିକ୍ରି ହେବ ବିଶ୍ୱକପ ଫାଇନାଲ ଟିକଟେ, ଜାଣନ୍ତୁ କେଉଁ ୱେବସାଇଟ୍‌

1 min read

ନୂଆଦିଲ୍ଲୀ: ପାଖେଇ ଆସୁଛି ବିଶ୍ୱକପ ୨୦୨୩ର ଫାଇନାଲ ଡେଟ୍ । ତା ପୂର୍ବରୁ ରହିଛି ୨ଟି ସେମିଫାଇନାଲ ରାଉଣ୍ଡ । ତେବେ ସେମିଫାଇନାଲରେ ୩ଟି ଦଳ ପ୍ରବେଶ କରିସାରିଥିବା ବେଳେ ଆଉ ୨ଦିନ ଭିରେ ଆଉ ଏକ ଦଳ ସାମିଲ ହୋଇ ଯିବ । ତେବେ ବର୍ତ୍ତମାନ ସୁଧା ଆଇସିସି ବିଶ୍ୱକପ୨୦୨୩ର ସେମିଫାଇନାଲ କି ଫାଇନାଲ ଟିକେଟ ବିକ୍ରି ହୋଇ ନାହିଁ । ଆଜି ରାତିରୁ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍ ବିକ୍ରି ହେବ । ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ ରେ କୋଲକାତାରେ ଖେଳାଯିବ । ଫାଇନାଲ ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ଆଜି ଅଫିସିଆଲ୍ ୱେବସାଇଟରେ ରାତି ୮ଟାରୁ ବିକ୍ରି ହେବ । ‘ଗ୍ଧସମଳରଗ୍ଧ.ମକ୍ସସମଳରଗ୍ଧଙ୍ଗକ୍ଟକ୍ସକ୍ଷୟମଙ୍କକ୍ଟ୍ର.ମକ୍ଟଜ୍ଞ’ ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ କିଣିପରିବେ । ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପୂର୍ବରୁ ପ୍ରବେଶ କରି ସାରିଥିବା ବେଳେ ୪ର୍ଥ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଭିତରେ ଚାଲିଛି ଟକ୍କର ।

Advertisement

Leave a Reply

Your email address will not be published. Required fields are marked *