ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ଉପରେ ଫୋକସ୍
1 min readଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହା ସହିତ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନ ହୋଇଛି । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଏହି ବଜେଟରେ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି। ବଜେଟ ରୋଜଗାର ଏବଂ ଦକ୍ଷତା ଉପରେ ଧ୍ୟାନ ଦେଇଛି।
ସ୍ପିକର ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।
ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ୍ୟ ରଖାଯାଇଛି।
ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ। ଏଥିସହ ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ଯୋଜନା | ପୂର୍ବାଞ୍ଚଳ ସହ ଆଉ ୫ଟି ରାଜ୍ୟ ସାମିଲ ହେବ | ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ବିହାର, ଓଡିଶା,ଆନ୍ଧ୍ର ପାଇଁ ଯୋଜନା | ବିହାର ଓ ଆନ୍ଧ୍ର ପାଇଁ ବିଶେଷ ଘୋଷଣା | ଆନ୍ଧ୍ରପ୍ରଦେଶକୁ ୧୫ ହାଜର କୋଟିର ସ୍ୱତନ୍ତ୍ର ପ୍ୟାକେଜ | ବିହାରରେ ସଡକ ପଥ ପାଇଁ ୨୬ ହଜାର କୋଟି ପ୍ୟାକେଜ | ନିଆଁ ବିମାନ ବନ୍ଦର , ମେଡିକାଲ, କଲେଜରେ ହେବ ବିକାଶ | ପୋଲାଭରମ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ପଦକ୍ଷପ ନିଆଯିବ |
ମୁଦ୍ରା ଲୋନ ସୀମା ବୃଦ୍ଧି | ମୁଦ୍ରା ଲୋନ ୧0 ଲକ୍ଷରୁ ୨0 ଲକ୍ଷକୁ ବୃଦ୍ଧି | ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରଞ୍ଚଳ ପାଇଁ ୩ କୋଟିର ଆବାସ | ପିପିଏ ମୋଡ଼ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା | ଦେଶରେ ୧୨ଟି ଶିଳ୍ପ ପାର୍କ ପ୍ରତିଷ୍ଠା | ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶଷେଶ ବ୍ୟବସ୍ଥା | ଷ୍ଟାମ୍ପ ଡ୍ୟୁଟି ଛାଡ଼ ପାଇଁ ରାଜ୍ୟ ଗୁଡିକୁ କୁହାଯିବ | ଦେଶରେ ବିଭିନ୍ନ ସହରରେ ୧00ଟି ଷ୍ଟ୍ରିଟଫୁଡ ହବ ନିର୍ମାଣ ହେବ |
ପ୍ରଧାନମନ୍ତ୍ରୀ ସୁଯ୍ୟଘର ମାଗଣା ବିଜୁଳି ଯୋଜନା ହେବ ଆରମ୍ଭ | ପ୍ରତିଘରୁ ମାସିକ ୩00 ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ | ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ |
୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ ସୁଯୋଗ ଘୋଷଣା | ଶ୍ରେଷ୍ଠ ୫00 କମ୍ପାନୀରେ ଇଣ୍ଟର୍ଣ୍ଣସିପ ସୁଯୋଗ | ପ୍ରତିମାସ ୫ ହଜାର ଟଙ୍କା ଇଣ୍ଟର୍ଣ୍ଣସିପ ଭତ୍ତା | ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା | ୧0 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ |
ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହା ସହିତ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନ ହୋଇଛି । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଏହି ବଜେଟରେ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି। ବଜେଟ ରୋଜଗାର ଏବଂ ଦକ୍ଷତା ଉପରେ ଧ୍ୟାନ ଦେଇଛି।
ସ୍ପିକର ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।
ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ୍ୟ ରଖାଯାଇଛି।
ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ। ଏଥିସହ ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ମୁଦ୍ରା ଲୋନ ସୀମା ବୃଦ୍ଧି | ମୁଦ୍ରା ଲୋନ ୧0 ଲକ୍ଷରୁ ୨0 ଲକ୍ଷକୁ ବୃଦ୍ଧି | ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରଞ୍ଚଳ ପାଇଁ ୩ କୋଟିର ଆବାସ | ପିପିଏ ମୋଡ଼ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା | ଦେଶରେ ୧୨ଟି ଶିଳ୍ପ ପାର୍କ ପ୍ରତିଷ୍ଠା | ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶଷେଶ ବ୍ୟବସ୍ଥା | ଷ୍ଟାମ୍ପ ଡ୍ୟୁଟି ଛାଡ଼ ପାଇଁ ରାଜ୍ୟ ଗୁଡିକୁ କୁହାଯିବ | ଦେଶରେ ବିଭିନ୍ନ ସହରରେ ୧00ଟି ଷ୍ଟ୍ରିଟଫୁଡ ହବ ନିର୍ମାଣ ହେବ |
ପ୍ରଧାନମନ୍ତ୍ରୀ ସୁଯ୍ୟଘର ମାଗଣା ବିଜୁଳି ଯୋଜନା ହେବ ଆରମ୍ଭ | ପ୍ରତିଘରୁ ମାସିକ ୩00 ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ | ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ |
୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ ସୁଯୋଗ ଘୋଷଣା | ଶ୍ରେଷ୍ଠ ୫00 କମ୍ପାନୀରେ ଇଣ୍ଟର୍ଣ୍ଣସିପ ସୁଯୋଗ | ପ୍ରତିମାସ ୫ ହଜାର ଟଙ୍କା ଇଣ୍ଟର୍ଣ୍ଣସିପ ଭତ୍ତା | ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା | ୧0 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ |
ପର୍ଯ୍ୟଟନ ବିକାଶ ପାଇଁ ଓଡିଶାକୁ ସହାୟତା ମିଳିବ | ଓଡ଼ିଶାର ପର୍ଯ୍ୟଟନସ୍ଥଳକୁ ବିଶ୍ଵସ୍ଥରୀୟ କରାଯିବ |ଦେଶରେ ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ | ପ୍ରଧାନମନ୍ତ୍ରଟି ଗ୍ରାମ ସଡକ ଯୋଜନାରେ ନିର୍ମାଣ ହେବ ରାସ୍ତା |
ଶସ୍ତା ହେବ ମୋବାଇଲ ଫୋନ ଓ ଚାର୍ଜର | ୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା | ସୋଲାର ସେଲ ଓ ପ୍ୟାନେଲ ଉପରେ ସୀମା ଶୁଳ୍କ ଛାଡ଼ | ସୁନା, ରୂପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ | ପ୍ଳଟିନମରେ ସୀମା ଶୁଳ୍କ ୬.୪ ପ୍ରତିଶତକୁ ହ୍ରାସ |
୩ଟି କ୍ୟାନସର ଔଷଧରେ ସୀମା ଶୁଳ୍କ ହ୍ରାସ |
୬ ମାସ ଭିତରେ ଆଇନର ସମୀକ୍ଷା ହେବ | ଇ- କମର୍ସ ଅପରେଟରଙ୍କୁ ଟିଡ଼ିଏସରେ ଅଧିକ ଛାଡ଼ | ବିଦେଶୀ କମ୍ପାନୀ ଉପରୁ କମିଲା କର୍ପୋରେଟ ଟିକସ | କର୍ପୋରେଟ ଟିକସ କମି ହେଲା ୩୫ ପ୍ରତିଶତ | ଆୟକର ଆଇନ ୧୯୬୧ ର ସମୀକ୍ଷା ହେବ | ଆୟକାରଦାତାଙ୍କୁ ବଡ ଆଶ୍ଵସ୍ତି | ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ | ୫0 ହଜାରରୁ ବଢି ହେଲା ୭୫ ହଜାର | ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ | ବେତନଭୋଗୀଙ୍କୁ ୧୭ ହଜାର ୫00 ଟଙ୍କାର ଲାଭ | ନୂତନ ଆୟକର ସ୍ଲାବରେ ପରିବର୍ତ୍ତନ | ୧୫ ଲକ୍ଷ ରୁ ଅଧିକ ଆୟରେ ୩0 ପ୍ରତିଶତ ଟିକସ | ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଟିକସ | ୭ ରୁ ୧0 ଲକ୍ଷ ଆୟରେ ୧0 ପ୍ରତିଶତ ଟିକସ ଏବଂ ୧0 ରୁ ୧୫ ଲକ୍ଷ ଆୟରେ ୧୫ ପ୍ରତିଶତ ଟିକସ |