ଜାଣନ୍ତୁ ପ୍ରଥମେ କେବେ ଖୋଲିଥିଲା ରତ୍ନ ଭଣ୍ଡାର ଓ କେତେ ଅଳଙ୍କାର ରହିଥିଲା
1 min readରତ୍ନଭଣ୍ଡାର ଖୋଲିବା ନେଇ ଅପେକ୍ଷା କରିଛନ୍ତି ସମସ୍ତେ | ତେବେ ଜାଣିଛନ୍ତି ପ୍ରଥମେ କେବେ ଖୋଲାଯାଇଥିଲା ଭଣ୍ଡାର | ୧୯0୫ରେ ପ୍ରଥମ ଥର ପାଇଁ ଖୋଲା ଯାଇଥିଲା ରତ୍ନଭଣ୍ଡାର | ଶେଷ ଥର ପାଇଁ ୧୯୭୮ ରେ ଖୋଲାଯାଇଥିଲା | ଯାହାପରେ ୭0 ଦିନ ଧରି ଚାଲିଥିଲା ଗଣତି-ମଣତି | ୬ ଜଣିଆ କମିଟି କରିଥିଲେ ଅଳଙ୍କାର ଗଣତି |
ତେବେ ରତ୍ନବିହନଦାର ଖୋଲିବା ନେଇ ସମସ୍ତେ ଏବେ ବେଶ ଉତ୍ସାହିତ | କଣ ଅଛି ଆଉ କେତେ ସୁନା ଗହଣା ରହିଛି ଭଣ୍ଡାର ଭିତରେ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା | ହୁଏତଃ ଏହା କେହି ଜାଣିନଥିବେ କି ପୂର୍ବରୁ କେବେ ଖୋଲାଯାଇଥିଲା ଭଣ୍ଡାର | ସେପଟେ କୁହାଯାଉଛି ୪ ଥର ଖୋଲାଯାଇଛି ରତ୍ନଭଣ୍ଡାର | ତେବେ ଶେଷ ଥର ରତ୍ନଭଣ୍ଡାର ଖୋଲାଯାଇ ୭0 ଦିନ ଧରି ଚାଲିଥିଲା ଗଣତି କାର୍ଯ୍ୟକ୍ରମ |
୧୯୭୮ ମସିହା ମେ ୧୩ ତାରିଖରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ | ଯାହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ତେବେ ଗଣତି କାର୍ଯ୍ୟ ସମ୍ପୂର୍ଣ୍ଣ ରେକର୍ଡ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିଥିବା ସୂଚନା ରହିଛି | ସେପଟେ ତଥ୍ୟ ଅନୁସାରେ କୁହାଯାଉଛି ଯେ, ରତ୍ନଭଣ୍ଡାରରେ ୩୭୬ ପ୍ରକାର ସୁନା ଅଳଙ୍କାର ରହିଛି | ଏହାର ଓଜନ ପ୍ରାୟ ୪ ହଜାର ୩୬୪ ଭରି ରହିଛି | ସେହିପରି ଏଥିରେ ୨୩୧ ପ୍ରକାର ରୁପା ଅଳଙ୍କାର ରହିଛି | ଏହାର ଓଜନ ୧୪ ହଜାର ୮୭୮ ଭରି ରହିଥିବା ସୂଚନା ରହିଛି |
ଅନ୍ୟପଟେ ବାହାର ଭଣ୍ଡାରରେ ୭୯ ପ୍ରକାର ସୁନା ଅଳଙ୍କାର ରହିଥିବାବେଳେ ଏହାର ଓଜନ ପ୍ରାୟ ୮ ହଜାର ୧୭୫ ଭରି ରହିଛି | ସେହିପରି ଏଥିରେ ୪୯ ପ୍ରକାର ରୁପା ଅଳଙ୍କାର ରହିଛି ଯାହାର ଓଜନ ୪ ହଜାର ୭୧ ଭରି ରହିଥିବା ସୂଚନା ରହିଛି |
ସେହିପରି ଛନ୍ତି ଭଣ୍ଡାରରେ ୮ ପ୍ରକାର ସୁନା ଅଳଙ୍କାର ରହିଥିବା ବେଳେ ଯାହାର ଓଜନ ୨୯୯ ଭରି ରହିଛି | ସେପଟେ ୨୩ ପ୍ରକାର ରୁପା ଅଳଙ୍କାର ରହିଛି ଯାହାର ଓଜନ ପ୍ରାୟ ୨ ହଜାର ୬0୩ ବୋଲି ଶେଷ ଗଣତିରୁ ଜଣାପଡିଛି |