Pratidin TV

Odisha's Digital News Platform

ଫେସବୁକରେ ପୋଷ୍ଟକରି ଫସି ଯାଇଛନ୍ତି ବୁଦ୍ଧାଦିତ୍ୟ, ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ…

1 min read

ଏବେ ଅଡୁଆରେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ଅଭିନେତା ନାଁ ରେ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ବାବା ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକରେ ପୋଷ୍ଟ କରି ବିବାଦରେ ଫସିଛନ୍ତି ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ବାବା ସିଦ୍ଦିକିଙ୍କ ମର୍ଡର ପରେ ଓ୍ବେଏସୀ ଓ ରାହୁଲ ଗାନ୍ଧୀଙ୍କ ପାଳି ବୋଲି ଫେସବୁକରେ ପୋଷ୍ଟ କରିବା ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି ଛାତ୍ର କଂଗ୍ରେସର ସଦସ୍ୟବୃନ୍ଦ।

ସୂଚନା ଅନୁସାରେ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚାରିଆଡେ ଚର୍ଚ୍ଚା ରହିଛି। ଏମିତିକି ୱାଇ ପ୍ଲସ୍‌ ସୁରକ୍ଷା ଭିତରେ ସଲମାନ ଖାନଙ୍କୁ ମଧ୍ୟ ଅଭିନେତା ପୁଣି ହତ୍ୟା ଧମକ ଦିଆଯାଇଛି। ଏହା ପରେ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଫେସବୁକରେ ପୋଷ୍ଟ କରିଥିଲେ।ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ବୁଦ୍ଧାଦିତ୍ୟଙ୍କ ଏଭଳି ବିବାଦୀୟ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଥାନାରେ ଏତଲା ଦେଇଛି। ଏହା ସହିତ ଅଭିନେତା ଙ୍କୁ ଗିରଫ କରିବାକୁ ଦାବି କରିଛି ।

Advertisement

Leave a Reply

Your email address will not be published. Required fields are marked *