Pratidin TV

Odisha's Digital News Platform

ଗିରଫ ହେବେ ଟୁଙ୍ଗୁରୁ ଓ ବର୍ଷା : ଏଫ୍‌ଆଇଆର ଦାଖଲ କଲା ସାମାଜିକ ସଂସ୍ଥା(Video)

1 min read

ଭୁବନେଶ୍ୱର: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ସାମାଜିକ ସଂଗଠନ।ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

‘ବିଶ୍ବାସ’ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି। ଏହାଛଡ଼ା ଏହି ଘଟଣା ପରଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରାଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।

Advertisement

Leave a Reply

Your email address will not be published. Required fields are marked *